ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଫସିଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ପାଇଁ ପୁଣି ବିପଦ ଘନେଇଛି । ତାଙ୍କ ବିରୋଧରେ ସାକ୍ଷୀ ଦେବାକୁ ତାଙ୍କ ସହଯୋଗୀ ରାଜି ହୋଇଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ।
ତଦନ୍ତ କରୁଥିବା ସିବିଆଇକୁ ମନୀଷଙ୍କ ସହଯୋଗୀ ଦୁର୍ନୀତି ହୋଇଥିବା ନେଇ ତଥ୍ୟ ଦେଇଛନ୍ତି । ମନୀଷଙ୍କ ବିରୋଧରେ ଥିବା ତଥ୍ୟକୁ ସେ ସାକ୍ଷୀଭାବେ କୋର୍ଟରେ ସମର୍ଥନ କରିବାକୁ ରାଜି ହୋଇଥିବାରୁ ମନିଷଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି ।
ମଦ ଦୁର୍ନୀତି ମାମଲାରେ ସହ ଅଭିଯୁକ୍ତ ଥିବା ଦିନେଶ ଆରୋରା ରାଜ ସାକ୍ଷୀ ହେବାକୁ ରାଜି ହେବା ମାନେ ହେଉଛି ମନୀଷ ସିସୋଦିଆଙ୍କୁ ମଧ୍ୟ ସିବିଆଇ ଗିରଫ କରିପାରେ ଏବଂ ତଦନ୍ତ ପରିସରଭୂକ୍ତ କରି ଜେରା କରିପାରେ । ଯେହେତୁ ଏଥିରେ ଆର୍ଥିକ କାରବାର ରହିଛି ଇଡି ମଧ୍ୟ ଏଥିରେ ଖୋଳତାଡ଼ କରିପାରେ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ମଦ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମନୀଷ ସିସୋସିଆଙ୍କ ଅଡ଼ୁଆ ଆଗାମୀ ଦିନରେ ବଢିବାର ସମ୍ଭାବନା ଅଧିକ ରହିଛି । ସେପଟେ
ଅଭିଯୁକ୍ତ ଆରୋରା ଏହି ମାମଲା ସଂପର୍କିତ ସବୁ ପ୍ରକାରର ତଥ୍ୟ ପ୍ରଦାନ ରାଜି ହୋଇଥିବାରୁ ତାଙ୍କ କ୍ଷମା ଆବେଦନ ଉପରେ କୋର୍ଟ ବିଚାର କରିପାରନ୍ତି ।
Businessman Dinesh Arora agrees to make true disclosure in Excise case, seeks pardon
Read @ANI Story | https://t.co/4mIZXhKK0J#DineshArora #ExciseCase #DelhiExcisePolicy pic.twitter.com/5vUtdiOWPr
— ANI Digital (@ani_digital) November 7, 2022
Comments are closed.