Latest Odisha News

BREAKING NEWS

ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨ କୋଟି ଟଙ୍କାର ଜରିମାନା

ଖୋର୍ଦ୍ଦା: ଶ୍ରୀମନ୍ଦିର ପ୍ରଶାସନ ଉପରେ ଜୋରିମାନା। ବେଆଇନ୍ ପଥର ଖୋଳିବା ନେଇ ଏହି ଜରିମାନା ଲଗାଇଛନ୍ତି ଏନଜିଟି।ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗରେ ଶ୍ରୀମନ୍ଦିର ନାଁରେ ୫୯ଟି ଜମି ରହିଛି। ଏହି ଜମିରେ ବେଆଇନ୍ ଭାବେ ଶ୍ରୀମନ୍ଦିର ପ୍ରଶାସନ ବେଆଇନ୍ ଭାବରେ ମାଙ୍କଡା ପଥର ଖନନ କରୁଥିବା ଅଭିଯୋଗ ରହିଥିଲା। ପରେ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ମଙ୍ଗଳବାର ଦିନ ୧୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ  ବା ଏନଜିଟି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ପଥର ଖଣି କରିଛି ଶ୍ରୀମନ୍ଦିର ପ୍ରଶାସନ। ପଥର ଉତ୍ତୋଳନ ଯୋଗୁଁ ପରିବେଶ ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି। ଏବେ ଏହି ଜରିମାନା ଟଙ୍କାରେ ଖନନ ହୋଇଥିବା ଅଞ୍ଚଳଗୁଡ଼ିକର ମରାମତି, ପୁନରୁଦ୍ଧାର ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଜରିମାନା ବାବଦକୁ ଅର୍ଥ ୪ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଜମା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ  ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ କମିଟି ଗଠନ କରି ଜରିମାନା ରାଶି ସହିତ ଖନନ ହୋଇଥିବା ଅଞ୍ଚଳର ନବୀକରଣ, ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସତ୍ୟପାଠ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଏନଜିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କହିଛନ୍ତି।

Comments are closed.