Latest Odisha News

BREAKING NEWS

କାମ କରାଇବାକୁ ନେଇ ସ୍ତ୍ରୀକୁ ଅନ୍ଯତ୍ର ବିବାହ କରାଇଦେଲା ସ୍ବାମୀ

ଭବାନୀପାଟଣା: ସ୍ବାମୀ-ସ୍ତ୍ରୀ ବିବାହ କରିଥିଲେ ସାତ ଜନ୍ମର ସାଥୀ ହେବାକୁ। କିନ୍ତୁ କିଛିଟା ପଇସା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଏହି ଘଟଣା କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ। କଳାହାଣ୍ଡିର ନର୍ଲା ପୋଲିସ ଏହି ମାମଲାରେ ଆଜି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଥିବା ସୂଚନା ରହିଛି। ମହିଳାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।

ଅଭିଯୋଗ ଅନୁଯାୟୀ, ନର୍ଲା ବ୍ଲକର ଖିରା ବେରୁକ ବିବାହ କରିଥିଲେ ପୂର୍ଣ୍ଣିମାଙ୍କୁ। କିନ୍ତୁ କାମ କରି ପଇସା ରୋଜଗାର କରାଇବା ନାଁରେ ପତ୍ନୀଙ୍କୁ ଦିଲ୍ଲୀ ନେଇଯାଇଥିଲେ। ଅକ୍ଟୋବର 30ରେ ଉଭୟ ଦିଲ୍ଲୀ ଯାଇଥିଲେ। ପ୍ରବାସୀ ଶ୍ରମିକ ଭାବରେ ରହି ସେଠାରେ କାମ କରିବାକୁ ନେଇଥିଲେ। କିନ୍ତୁ ଚାଲବାଜ ସ୍ବାମୀ ବେରକୁ ନଭେମ୍ବର ୨ରେ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପତ୍ନୀଙ୍କୁ ବଳପୂର୍ବକ ଭାବେ ବିବାହ କରାଇ ଦେଇଥିଲେ। ପରେ ନିଜେ ଘରକୁ ଫେରିଆସିଥିଲେ। ଏହାପରେ ଅସହାୟ ମହିଳା ଜଣଙ୍କ ତାଙ୍କ ବାପା କୁଳମଣିଙ୍କୁ ଫୋନ୍ କରି ଘଟଣା ବାବଦରେ କହିଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକେ ଥାନାରେ ଏଫଆଇଆର ଦେଇଥିଲେ।

ପୂର୍ଣ୍ଣିମାଙ୍କ ପରିବାର ଲୋକ ଦେଇଥିବା ଏତଲା ଅନୁଯାୟୀ, କିଛି ଦିନ ପୂର୍ବରୁ ପୂର୍ଣ୍ଣିମାଙ୍କ ସହ ଖିରା ବେରୁକଙ୍କ ସହ ବିବାହ ହୋଇଥିଲା। ସେଠାରେ କାମ କରିଇବାକୁ କହି ଝିଅକୁ ନେଇଯାଇଥିଲେ ସାଙ୍ଗରେ। ହେଲେ କିଛି ପଇସା ପାଇଁ ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଘରକୁ ଫେରିଆସିଥିଲେ ତାଙ୍କ ଜ୍ବାଇଁ।

ଏବେ ଜହ୍ଲାଦ ଜ୍ବାଇଁ ଅଟକ ରହିବା ପରେ ଝିଅକୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି। ପୋଲିସ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ସେ କହିଛନ୍ତି।

Comments are closed.