ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଛାଟ । ଆନ୍ଦୋଳନକୁ ବନ୍ଦ କରି ବୁଧବାରଠାରୁ କାର୍ଯ୍ୟାରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରି ନକରିଥିବା ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହେବ । କେବଳ ସେତିକି ନୁହେଁ, ସେମାନଙ୍କ ଲାଇସେନ୍ସ ବି ବାର୍ କାଉନସିଲ ରଦ୍ଦ କରିବ ।
ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ସର୍ବସାଧାରଣ ନାନା ସମସ୍ୟାରେ ପଡୁଛନ୍ତି ବୋଲି ଜଷ୍ଟିସ ସଞ୍ଜୟ କିଶାନ କୌଲ କହିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ସମୟରୁ ଆଇନଜୀବୀ ଅନଶନ କରିଆସୁଛନ୍ତି ।
Comments are closed.