Latest Odisha News

BREAKING NEWS

ବାପା ହେବେ ବରୁଣ ଧଓ୍ବନ, ହିଣ୍ଟ୍‌ ଦେଲେ ସଲମାନ ଖାନ୍‌

ନୂଆଦିଲ୍ଲୀ : ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ପନ । ଘରକୁ ଆସିବେ କୁନି ଅତିଥି  । ବାପା ହେବା କଥା ନେଇ ରିୟାଲିଟି ଟିଭି ଶୋ ବିଗ୍‌ବସ୍‌ରେ ଖୁଲାସା । ଲାଜେଇ ଗଲେ ବରୁନ ଧଓ୍ବନ ।  ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବେ ।

ବଲିଓଡ ଅଭିନେତ୍ରୀ ଆଲିଆଭଟ ଓ ବିପାଶା ବସୁଙ୍କ ପରେ ପିତାମାତା ହେବାକୁ ଯାଉଛନ୍ତି ବରୁନ ଧଓ୍ବନ ଓ ନତାଶା ଦଲାଲ  । ୨୦୨୧ରେ ବରୁଣ ଧୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ। ନିକଟରେ ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ଆଗାମୀ ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ବିଗ୍ ବସ୍ ଶୋରେ ନଜର ଆସିଥିଲେ। ଏହି ସମୟରେ ହୋଷ୍ଟ ସଲମାନ ଖାନ ଖୁବ ଶୀଘ୍ର ବରୁଣ ବାପା ହେବାକୁ ଯାଉଥିବା କହିଥିଲେ। ସଲମାନ ବରୁନ ଧଓ୍ବନଙ୍କୁ ଥଟ୍ଟାରେ କହିଥିଲେ। ଏହି ଖବର ଶୁଣି ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।

ସଲମାନ ଖାନ ଏବଂ ବରୁଣ ଧୱନଙ୍କ ମଧ୍ୟରେ ଭଲ ସମ୍ପର୍କ  ।  ସଲମାନ ଖାନ ବରୁଣଙ୍କୁ ତାଙ୍କ ସାନ ଭାଇ ବୋଲି ଭାବନ୍ତି ଏବଂ ଯେତେବେଳେ ବି ବରୁଣ ଧୱନ ସଲମାନଙ୍କ ବିଗ୍‌ବସ୍‌ ଶୋ’କୁ ଆସନ୍ତି, ସେତେବେଳେ ଦୁହେଁ ବହୁତ ମଜା କରିଥାଆନ୍ତି  । ହାଲିଆ ଏପିସୋଡରେ ଦୁହେଁ ଏକାଠି ନାଚିଲେ, ସେମାନେ ମଧ୍ୟ ଆଖି ସାକ୍ଷୀ ଖେଳିଲେ । ଏହି ସମୟରେ, ବରୁଣଙ୍କୁ ଖେଳନା ଦେବାବେଳେ ସଲମାନ କହିଥିଲେ, ଆପଣଙ୍କ ପାଇଁ ଏହି ଛୋଟ ବାଘ  । ପରେ ବରୁଣ ଧୱନ କହିଛନ୍ତି, ସାର୍ ପିଲା ଏପର୍ଯ୍ୟନ୍ତ ଆସିନାହିଁ | ତେଣୁ ସଲମାନ ଖାନ ଉତ୍ତର ଦେଲେ.. ଏହାକୁ ନିଅ  । ଯଦି ଏ ଆସିଛି, ତେବେ ପିଲା ମଧ୍ୟ ଆସିବ  ।

ବରୁଣ ଫିଲ୍ମରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ନତାଶା ଜଣେ ଫ୍ୟାଶନ ଡିଜାଇନର୍ । ବିବାହ ପରେ ଉଭୟ ନିଜ ନିଜ କାମରେ ବ୍ୟସ୍ତ ରୁହନ୍ତି। ବ୍ୟସ୍ତମୟ ଜୀବନ ମଧ୍ୟରେ ସନ୍ତାନ ଜନ୍ମ ପାଇଁ କିଛି ଭାବିନଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.