ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବୃଥା ଚିଂତାରେ ବେଳ ସାରି
ନିଜ ଚିଂତାକୁ ଦେଲେ ମାରି
ଭାବନା ଲେଖିବା କିପରି ?
ଏ ପ୍ରଶ୍ନ ପାରିବା ପଚାରି
ନିଜେ ହିଁ ଖୋଜିବା ଉତ୍ତର
କରିବା ନିଜେ ଆବିଷ୍କାର
ମନକୁ କଲେ ଚିଂତାଘର
ହୁଏନି କାହା ଉପକାର
ଚିଂତାର ରୂପାଂତର କାର୍ଯ
ଅବଶ୍ୟ ହୁଅଇ ସ୍ବୀକାର୍ଯ
ଚିଂତା ହୋଇଲେ ଭାଷାକୃତି
ଯଶସ୍ବୀ ହୋଇପାରେ ବ୍ୟକ୍ତି
ଚିଂତାର ଶବ୍ଦ ରୂପାୟନ
ଘଟାଏ ଭାଷା ଉନ୍ନୟନ
ଏହି କଥାକୁ ଦେଇ ଧ୍ୟାନ
ଚିଂତାକୁ କରୁଁ ରୂପ ଦାନ
ମନରେ ଚିଂତା କଲେ ବାସ
ନ ରହେ ଆନଂଦ, ଉଲ୍ଲାସ
ଇଚ୍ଛା, ଆଗ୍ରହ ହେଲେ ନାଶ
ହୁଏନି ବ୍ୟକ୍ତିତ୍ୱ ବିକାଶ
ନିଷ୍ଫଳ ଚିଂତା କଲେ ତ୍ୟାଗ
ମିଳିବ ଅସଂଖ୍ୟ ସୁଯୋଗ
ପ୍ରତିଭା ପାଇବ ପୋଷଣ
ମନରୁ ହଟିବ କଷଣ
Comments are closed.