Latest Odisha News

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ୍ କରିବାକୁ ଦାବି କରିଛନ୍ତି ସେ । ଫଳରେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗନ୍ଧ ବାରି ହେଉଛି ।

କଟକ ମହାଗନର ପୂଜା କମିଟିର ସେକ୍ରେଟାରୀ ଅଛନ୍ତି ପ୍ରଭାତ । ରାଜ୍ୟ ସରକାର ବାଲିଯାତ୍ରାର ଅଡିଟ୍ କରନ୍ତୁ ବୋଲି ସେ ଦାବି କରିଛନ୍ତି । କେବଳ କଟକ ଜିଲ୍ଲା ସଂସ୍କୃତି ସମିତି ବା କେତେକ ବ୍ୟୁରୋକ୍ରାଟଙ୍କ ନିଷ୍ପତ୍ତି ଅଧୀନରେ ଏସବୁ ନିୟନ୍ତ୍ରିତ ନହୋଇ ଏହାକୁ ଓ୍ୱାଇଡର୍ କରାଯାଉ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଡିଟ୍ ହେଉ ବୋଲି କହିଛନ୍ତି ପ୍ରଭାତ । ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟିକୁ ସାମିଲ କରିବା ପକ୍ଷରେ ସେ ମତ ଦେଇଛନ୍ତି ।

ଏହାପୂର୍ବରୁ ସେ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ଠିକ୍ ନୁହେଁ ବୋଲି କହିଥିଲେ । ମଞ୍ଚରେ ହେ ନବୀନ ବାବୱ ଆମେ ତୁମ ଫ୍ୟାନ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା । ମଞ୍ଚରେ କୌଣସି ଦଳର ପ୍ରଚାର ପ୍ରସାର ହେବା ଅନୁଚିତ ବୋଲି କହିଛନ୍ତି ପ୍ରଭାତ । ପ୍ରଭାତଙ୍କ ଏପରି ବୟାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି ।

Comments are closed.