Latest Odisha News

BREAKING NEWS

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା । ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟର ନାମକରଣ ହୋଇଛି ।

ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପେସ୍ କମ୍ପାନୀ ଏହାକୁ ନିର୍ମାଣ କରିଛି । ୩ ପେଲୋଡ୍ ସହିତ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ ।

ଉତକ୍ଷେପଣର ମାତ୍ର ୨.୩ମିନିଟରେ ଏହା ୮୧.୫ କିଲୋମିଟର ଦୂର ମହାକାଶରେ ପହଞ୍ଚିଥିଲା । ମୋଟ ୮୩ କେଜି ପେଲୋଡ୍ ସହିତ ଏହାକୁ ଉତକ୍ଷେପଣ କରାଯାଇଛି । ଏଥିରେ କାର୍ବନ କମ୍ପୋଜାଇଟ୍ ଷ୍ଟ୍ରକଚର୍ ଓ ଥ୍ରୀଡି ପ୍ରିଣ୍ଟେଡ୍ କମ୍ପୋନାଣ୍ଟ ଆଦି ଆଡଭାନ୍ସ ଟେକ୍ନୋଲଜି ବ୍ୟବହାର କରାଯାଇଛି । ରକେଟ୍ ଉତକ୍ଷେପଣ ସଫଳ ହେବା ପରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ଭାରତୀୟ ସ୍ପେସ୍ ପ୍ରୋଗ୍ରାମରେ ନୂଆ ପଦକ୍ଷେପ’ । ସ୍ପେସ୍ ସେକ୍ଟରରେ ଘରୋଇ ସହଭାଗିତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ସ୍କାଇରୁଟ୍ ଏରୋସ୍ପେସ୍ ସିଇଓ ତଥା ସହପ୍ରତିଷ୍ଠାତା ପଓ୍ୱନ କୁମାର ଚନ୍ଦନା କହିଛନ୍ତି,’ଭାରତର ପ୍ରଥମ ଘରୋଇ ବିକଶିତ ରକେଟ୍ ତିଆରି କରି ଆମେ ଇତିହାସ ସୃଷ୍ଟି କରିପାରିଛୁ’ ।

Leave A Reply

Your email address will not be published.