Latest Odisha News

BREAKING NEWS

ହାଇୱେରେ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪୮ ଗାଡ଼ି

ବାଙ୍ଗାଲୁରୁ:  ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି   । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।   ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।

ଜାତୀୟ ଗଣମାଧ୍ୟମ  ରିପୋର୍ଟ ଅନୁଯାୟୀ, ପୁଣେର ନଭାଲେ ପୋଲ ଉପରେ ଗତକାଲି ରାତି ୮.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ସୂଚନା ପାଇବା ପରେ ପୁଣେର ଅଗ୍ନିଶମ ବିଭାଗ ଏବଂ ମହାନଗର ନିଗମ ବିକାଶ ପ୍ରାଧିକରଣ କର୍ମଚାରୀମାନେ ଉଦ୍ଧାର ପାଇଁ ସେଠାରେ ପହଞ୍ଚି ଥିଲେ ଏବଂ ଆହତ ମାନଙ୍କୁ ଡାକ୍ତରଖାନା ନିଆଯାଇଛି ।

ପୋଲିସର କହିବାନୁସାରେ, ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ବ୍ରେକ ଫେଲ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲ ଉପରୁ ଗାଡି  ଓହ୍ଲେଇବା ବେଳେ କଣ୍ଟେନର ବ୍ରେକ ଫେଲ ହେବା ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ  ୪୮ଟି ଗାଡି ପରସ୍ପର ସହ ପିଟି  ହୋଇଥିଲା ।

Comments are closed.