ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ, ୧୦ ଚୌକା, ୧ ଛକା) ରନ ସହାୟତାରେ ୭ ୱିକେଟ ବିନିମୟରେ ୨୫୧ ରନ କରିଥିଲା । ବିପ୍ଲବ ସାମନ୍ତରାୟ ୫୧ରନ କରିଥିଲେ । ସିଦ୍ଧାର୍ଥ କୌଲ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୨୫୨ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୪୬.୪ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ମନଦୀପ ସିଂ ୯୧ ରନ କରି ଅପରାଜିତ ଥିବା ବେଳେ ଅଭିଷେକ ଶର୍ମା ୪୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।
ଓଡିଶାର ପ୍ରୟାସ ସିଂ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଓଡିଶା ଓଭରାଲ ୬ ମ୍ୟାଚରୁ ୫ଟିରେ ପରାଜୟବରଣ କରିଥିଲା । ଏଲିଟ ଗ୍ରୁପ ଡିରେ ୭ଟି ଟିମ ମଧ୍ୟରୁ ଓଡିଶା ଷଷ୍ଠ ସ୍ଥାନରେ ରହିଥିଲେ ।
Comments are closed.