Latest Odisha News

BREAKING NEWS

ଚନ୍ଦ୍ରଗହଣ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଚନ୍ଦ୍ରଗ୍ରହଣ ଅବସରରେ ମଙ୍ଗଳବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

ଜାଣନ୍ତୁ, କ’ଣ ରହିଛି ନୀତି ନିର୍ଘଣ୍ଟ ସମୟ-

ଦ୍ୱାର ଫିଟା- ସକାଳ ୬ଟା
ଭିତର ଶୋଧ-ସକାଳ ୬ଟା ୩୦ମି.
ମଙ୍ଗଳ ଆଳତୀ- ସକାଳ ୭ଟା
ଅବକାଶ ପୂଜା-ସକାଳ ୮ଟା ୩୦ମି.
ଦ୍ୱାରପାଳ ପୂଜା- ସକାଳ ୯ଟା
ଗୋପାଳ ବଲ୍ଲଭ ପୂଜା- ଦିନ ୧୦ଟା
ସକାଳ ଧୂପ- ଦିନ ୧୦ଟା ୩୦ମି.ରୁ ୧୧ଟା ୩୦ମି.
ମଇଲମ ଓ ବେଶଲାଗି- ଦିନ ୧୨ଟାରୁ ୧ଟା
ଭୋଗ ମଣ୍ଡପ- ଦିନ ୧୦ଟା ୪୫ମି.ରୁ ୧ଟା ୩୦ମି.
ମଧ୍ୟାହ୍ନ ଧୂପ- ଦ୍ୱିପ୍ରହର ୨ଟାରୁ ୩ଟା ଯାଏଁ
ଦ୍ୱିତୀୟ ଭୋଗ ମଣ୍ଡପ ନୀତି- ଦ୍ୱିପ୍ରହର ୨ଟା ୧୫ମିରୁ ୪ଟା
ମଇଲମ ଲାଗି- ଅପରାହ୍ନ ୪ଟା
ବେଶ- ଅପରାହ୍ନ ୪ଟା ୩୦ମି.

ଏହି ବିରଳ ତଥା ଅଲୌକିକ ଚନ୍ଦ୍ରଗ୍ରହଣ ଆଜି ରାତି ୧ଟା ୩୦ମି.ରୁ ଆରମ୍ଭ ହୋଇ ଭୋର୍ ୪ଟା ୩୦ମି.ରେ ଛାଡିବ ।

Leave A Reply

Your email address will not be published.