Latest Odisha News

BREAKING NEWS

କିଡନୀ ପ୍ରତ୍ୟାରୋପଣ କରିବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ଗଲେ ସିଙ୍ଗାପୁର

ନୂଆଦିଲ୍ଲୀ : କିଡନୀ ପ୍ରତ୍ୟାରୋପଣ ଲାଗି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ନିଜ ପରିବାର ସହ ସିଙ୍ଗାପୁର ଯାତ୍ରା କରିଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଡିସେମ୍ବର ପ୍ରଥମ ସପ୍ତାହରେ କିଡନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରରେ ବାସ କରୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ଗୋଟାଏ କିଡ୍‌ନି ପ୍ରଦାନ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟ କରିଥିଲେ ।

ପ୍ରାରମ୍ଭିକ ଯାଞ୍ଚ ଏବଂ ପରୀକ୍ଷାନିରୀକ୍ଷା ପରେ ଡିସେମ୍ବର ପ୍ରଥମ ସପ୍ତାହରେ କିଡ୍‌ନି ପ୍ରତ୍ୟାରୋପଣ ନିମନ୍ତେ ତାଙ୍କର ଅସ୍ତ୍ରୋପଚାର କରାଯିବ। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି, ପ୍ରତିରୋପଣ ସଫଳ ହେବ ବୋଲି ଆମର ପୂର୍ଣ୍ଣ ବିଶ୍ବାସ ରହିଛି । ସୁପ୍ରିମୋ ଲାଲୁ ଯାଦବଙ୍କ ଆଶୁ ଆରୋଗ୍ୟ କାମନା କରି ବାପାଙ୍କର ଶୁଭେଚ୍ଛୁମାନେ ମଧ୍ୟ ପ୍ରାର୍ଥନା କରିଛନ୍ତି । ପୂର୍ବରୁ କିଡନି ଜନିତ ସମସ୍ୟାରେ ସିଙ୍ଗାପୁର ଯାଇଥିବାବେଳେ ଗତ ମାସରେ ଓଡ଼ିଶା ଫେରିଥିଲେ ସୁପ୍ରିମୋ ଲାଲୁ ଯାଦବ ।

Comments are closed.