Latest Odisha News

ନାସା ଜାରୀ କଲା ବ୍ଲାକ ହୋଲର ରହସ୍ୟମୟ ଶବ୍ଦ

ୱାଶିଂଟନ: ନାସା ବ୍ଲାକ ହୋଲର ରହସ୍ୟମୟ ଶବ୍ଦର ଭିଡିଓ ଜାରୀ କରିଛି । ଏ ପର୍ଯ୍ୟନ୍ତ ଏହି ଶବ୍ଦକୁ ସାଧାରଣ ଲୋକଙ୍କ ପାଖରେ ପଂହଚି ପାରି ନ ଥିଲା । ନାସା ବୈଜ୍ଞାନିକମାନେ ଅତ୍ୟାଧୁନିକ ସୋନିଫିକେଶନ ବ୍ୟବହାର କରି ଏହି ଶବ୍ଦକୁ ରେକର୍ଡିଂ କରିଥିଲେ । ଭି ୪୦୪ ସାଇଜିନର ସୋନିଫିକେଶନ ଏକ୍ସରେ ତଥ୍ୟକୁ ଶବ୍ଦରେ ପରିବର୍ତନ କରିଥାଏ । ପୃଥିବୀଠାରୁ ପ୍ରାୟ ୭୮୦୦ ଆଲୋକ ବର୍ଷ ଦୂରତାରେ ଥିବା ବ୍ଲାକ ହୋଲରୁ ଏହି ଶବ୍ଦ ଏବଂ ଏହାର ଭିଡିଓ ଅନେକଙ୍କ ମନରେ ରୋମାଂଚ ସୃଷ୍ଟି କରିଛି ।

ବ୍ଲାକହୋଲ ଏପରି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ । ଫଳରେ ଏହା ସମସ୍ତ ପଦାର୍ଥ ନିଜ ଆଡକୁ ଟାଣି ଆଣିଥାଏ । ଏପରିକି ଆଲୋକକୁ ମଧ୍ୟ ଏହା ଭିଡି ଆଣିଥାଏ । ନାସା ଇନଷ୍ଟାଗ୍ରାମରେ ଏି ଭିଡିଓ ଶେୟାର କରିଛି ।

Comments are closed.