Latest Odisha News

BREAKING NEWS

ଶୀତଦିନରେ ଆପଣଙ୍କ ତ୍ବଚା ମଳିନ ପଡ଼ି ଯାଉଛି କି ! ତେବେ ଆପଣାନ୍ତୁ ଏହି ଉପାୟ… ରୁକ୍ଷ ତ୍ବଚାରୁ ରକ୍ଷାପାଆନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ : ସମସ୍ତଙ୍କ ମନରେ ଗୋଟିଏ ଭାବନା ଥାଏ ଯେ ଆମ ତ୍ବଚା କିପରି ଗ୍ଲୋ କରିବ । ଆଉ ଆାମେ କିପରି ସୁନ୍ଦର ଦେଖାଯିବୁ  । ବିଶେଷ କରି ଏହି ଶୀତଦିନେ ବହୁତ ଚିନ୍ତିତ ହୋଇଯାଆନ୍ତି ସମସ୍ତେ  । ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣେଇଥାନ୍ତି ବିଭିନ୍ନ ଉପାୟ  । ସାଧାରଣତଃ ଶୀତଦିନେ ଶରୀର ଉପର ଚର୍ମ ଶୁଷ୍କ ଏବଂ ରୁକ୍ଷ ଦେଖାଯାଇଥାଏ  । ଫଳରେ ସୌନ୍ଦର୍ଯ୍ୟତା ହ୍ରାସ ପାଇଥାଏ  ।

ତ୍ୱଚାର ଶୁଷ୍କପଣ ଦୂର ସହ ଚମକ ବୃଦ୍ଧି ଓ ନରମ ପାଇଁ ଆମେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଆନ୍ତି । ତେବେ ବିଭିନ୍ନ ଜିନିଷ ମଧ୍ୟରୁ ବଟର ମୁହଁ ପାଇଁ କେତେ ଉପକାରୀ ତାହା ହୁଏତ ସଭିଁଙ୍କୁ ଜଣାନଥାଏ । ତେବେ ଆସନ୍ତୁ ଜାଣିବା ତ୍ବଚା ପାଇଁ ଆମେ ବଟରକୁ କିପରି ବ୍ୟବହାର କରିବା…..
ପ୍ରଥମେ ଗୋଲାପଜଳ ଓ ବଟରକୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ମୁହଁ ସଜେତ ଦେଖାଯିବା ସହ ମୁହଁର ଚମକ ବୃଦ୍ଧି ପାଇଥାଏ ।
ଆମ୍ବରେ ଭିଟାମିନ ସି ଓ ଏ ରହିଛି । ଯାହା ଶୁଷ୍କ ତ୍ୱଚାକୁ କୋମଳ କରିଥାଏ । ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରେ । ଆମ୍ବ ରସରେ ବଟର ମିଶାଇ ଲଗାଇବା ଦ୍ୱାରା ଏହାର ଦ୍ୱିଗୁଣା ଲାଭ ମିଳିଥାଏ ।
କଦଳୀ ଓ ବଟରକୁ ମିଶାଇ ଏହି ଫେସ୍‍ ମାସ୍କକୁ ଲଗାଇବା ଦ୍ୱାରା ତ୍ୱଚାରେ ଏକ ପ୍ରକାର ପ୍ରାକୃତିକ ଚମକ ଆସିଥାଏ । ଉଜ୍ଜ୍ୱଳ ଦେଖା ଯାଇଥାଏ ।
ଅଲିଭ୍‍ ଅଏଲ ଓ ବଟରକୁ ମିଶାଇ ଗାଧୋଇବା ପୂର୍ବରୁ ଲଗାନ୍ତୁ । ଏହା ମଧ୍ୟ ତ୍ୱଚାକୁ କୋମଳ କରିବା ସହ ଚମକ ବୃଦ୍ଧି କରିଥାଏ । ବଟର ତ୍ୱଚା ପାଇଁ ମଶ୍ଚରାଇଜର ଭଳି କାମ କରେ । ବଟର ସହ ଷ୍ଟ୍ରବେରୀ ମିଶାଇ ଲଗାଇବା ଦ୍ୱାରା ମୁହଁ ସଫା ହୋଇ ଅପରିଷ୍କାର ପଦାର୍ଥ ବାହାର କରିଥାଏ ।
ତ୍ୱଚାରେ ଶୁଷ୍କପଣ ରହିବା ସହ ଲାଲ ଦାଗ ଭଳି ହେଉଥିଲେ କାକୁଡି ରସରେ ବଟର ମିଶାଇ ବ୍ୟବହାର କରିପାରିବେ । ଏହାକୁ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ । ହଳଦୀରେ ବଟର ମିଶାଇ ଲଗାଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇବା ସହ ଏହାକୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହାଦ୍ୱାରା ମୁହଁ ଗୋରା ମଧ୍ୟ ହୋଇଥାଏ ।
ଗାଜରରେ ମଧ୍ୟ ଭିଟାମିନ ଏ ରହିଛି । ଏହା ତ୍ୱଚା ପାଇଁ ଖୁବ ଉପକାରୀ । ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଗାଜରକୁ ପେଷି ଏଥିରେ ବଟର ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ ।ପରେ ଦେଖିବେ ଆପଣଙ୍କ ତ୍ବଚା କିପରି ଚମକିବ  ।

 

Leave A Reply

Your email address will not be published.