Latest Odisha News

BREAKING NEWS

ଚକିତ କଲେ ମେସି : ନକଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବୀତ କଲା ଆର୍ଜେଂଟିନା

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରେ ପରାଜିତ ହୋଇଥିବା ଆର୍ଜେଂଟିନା ଆଜି ଚମତ୍କାର ପ୍ରଦର୍ଶନ କରିଛି । ଲିଓନେଲ ମେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଆର୍ଜେଟିନା ୨-୦ ଗୋଲରେ ମେକ୍ସିକୋକୁ ପରାସ୍ତ କରି ନକଆଉଟ ପ୍ରବେଶ ଆଶା ମଜଭୁତ କରିିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ୬୪ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ୨୫ ଗଜ ଦୂରରୁ ଏକ ଚମତ୍କାର ଶଟ ମାରିିଥିଲେ । ଏହି ୭ଟି ଖେଳାଳିଙ୍କ ଚକ୍ରବ୍ୟୁହକୁ ଭେଦ କରି ବଲ ଗୋଲରେ ପରିଣତ ହୋଇଥିଲା । ୮୭ତମ ମିନିଟରେ ଇନଜୋ ଫର୍ଣ୍ଣାଣ୍ଡିଜ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ।

ମେକ୍ସିକୋ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ନକଆଉଟରେ ପ୍ରବେଶ ପାଇଁ ଆର୍ଜେଂଟିନାକୁ ଆଉ ଏକ ବିଜୟର ଆବଶ୍ୟକତା ରହିଛି । ମେସିଙ୍କ ଏହା ଟୁର୍ଣ୍ଣାମେଂଟର ଦ୍ୱିତୀୟ ଏବଂ ୯୩ତମ ଆନ୍ତର୍ଜାତୀୟ ଗୋଲ । ସାଉଦି ଆରବ ବିପକ୍ଷରେ ସେ ଗୋଟିଏ ଗୋଲ କରିଥିଲେ ।

Leave A Reply

Your email address will not be published.