Latest Odisha News

BREAKING NEWS

ଜୟନାରାୟଣ ମିଶ୍ରଙ୍କୁ ପଦ୍ମପୁର ବାରଣ ହେଉ: ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

ଭୁବନେଶ୍ୱର:  ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ସିଇଓଙ୍କୁ ଫେରାଦ୍ ହେଲା ବିଜେଡି । ଗତକାଲି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ବିଜେଡିର ପ୍ରତିନିଧି ଦଳ । ଶାସକ ଦଳର ପ୍ରତିନିଧିମାନେ ପିଟିସନ ସହିତ ପେନ ଡ୍ରାଇଭ ପ୍ରମାଣ ସଦୃଶ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ତାଙ୍କୁ ପ୍ରଚାର କରିବାକୁ ବ୍ୟାନ କରିବାକୁ ଦାବି କରିଛି ବିଜେଡି ।

ଆଗକୁ ପଦ୍ମପୁର ପ୍ରଚାର ସମୟରେ କୌଣସି ଆପତ୍ତିଜନକ ଟିପ୍ପଣୀ ଦେବାରୁ ତାଙ୍କୁ କ୍ଷାନ୍ତ କରିବା ପାଇଁ ବିଜେଡି ସିଇଓଙ୍କୁ ନିବେଦନ କରିଛି । ଅଶାଳୀନ ତଥା ଆପତ୍ତିଜନକ ମନ୍ତବ୍ୟ ଦେବାରେ ଜୟନାରାୟଣ ପରିଚିତ ବୋଲି ପିଟିସନରେ ବିଜେଡି ଉଲ୍ଲେଖ କରିଛି । ଯେଉଁଥି ପାଇଁ ସେ ଗିରଫ ମଧ୍ୟ ହୋଇଥିଲେ । ହତ୍ୟା ମାମଲାରେ ବେଲ୍ ପାଇ ବିଜେପୁର ନିର୍ବାଚନ ସମୟରେ ଆସିଛନ୍ତି ।

Leave A Reply

Your email address will not be published.