Latest Odisha News

BREAKING NEWS

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ ଅନେକାଂଶରେ ଉତ୍ତମ । ଏପରିକି ଗୋଟିଏ ଗ୍ରହର ସାମଞ୍ଜସ୍ୟ ପୃଥିବୀ ସହ ରହିଛି । ଏସବୁ ଗ୍ରହକୁ ବୈଜ୍ଞାନିକ ସୁପରହାବିଟେବଲ୍ ପ୍ଲାନେଟ୍ କହୁଛନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ, ଏସବୁ ଗ୍ରହକୁ ଅଣଦେଖା କରିବା ଉଚିତ୍ ନୁହେଁ । ଏସବୁ ଗ୍ରହ ଜୀବନ ଧାରଣ ପାଇଁ ପୃଥିବୀ ଠାରୁ ଆହୁରି ଭଲ ହୋଇ ଥାଇପାରେ ବୋଲି କହିଛନ୍ତି ବୈଜ୍ଞାନିକ । ୱାଂଶିଟନ୍ ଷ୍ଟେଟ ୟୁନିଭରସିଟି ଓ ବର୍ଲିନ୍ ଟେକ୍ନିକାଲ୍ ୟୁନିଭରସିଟି ପୃଥିବୀ ଭଳି ଗ୍ରହର ସନ୍ଧାନ କରୁଛନ୍ତି ।

୪ ହଜାର ୫୦୦ଟି ଗ୍ରହକୁ ନିରୀକ୍ଷଣ କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକଙ୍କୁ ଅନେକ ଗ୍ରହ ମିଳିଥିବା ବେଳେ ଅନେକଙ୍କ ଆକାର ସୂର୍ଯ୍ୟଙ୍କ ଠାରୁ ଛୋଟ । ଆଉ ବୈଜ୍ଞାନିକଙ୍କ କହିବା କଥା ଏସବୁ ଗ୍ରହରେ ଜୀବନଯାପନ ପାଇଁ ସୂର୍ଯ୍ୟ ଉତ୍ତମ ତାରା କୁହାଯାଇ ପାରିବ ନାହିଁ ।

ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ, ସୂର୍ଯ୍ୟଙ୍କ ଜୀବନ କାଳ ପ୍ରାୟ ୧ ହଜାର କୋଟି ବର୍ଷରୁ କମ୍ । ଯେତେବେଳେ କି ନାରଙ୍ଗୀ ତାରାର ଜୀବନ କାଳ ୨ ହଜାରରୁ ୭ ହଜାର କୋଟି ବର୍ଷ ଅଟେ । ପୃଥିବୀ ପୃଷ୍ଠରେ ଜଟିଳ ଜୀବନ ଯାପନ ପାଇଁ ୩୫୦ କୋଟି ବର୍ଷ ଲାଗିଥିଲା ।

ସେହି ହିସାବରେ ଦେଖିଲେ ଏସବୁ ନାରଙ୍ଗୀ ଗ୍ରହରେ ଲମ୍ବା ଜୀବନ ଯାପନ ପାଇଁ ସ୍ଥିତି ବିକଶିତ କରିବା ଲାଗି ଅଧିକ ସମୟ ଲାଗି ପାରେ । ପୃଥିବୀ ପ୍ରାୟ ୪୫୦ କୋଟି ବର୍ଷ ପୁରୁଣା ହୋଇଥିବାରୁ ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ, ୫୦୦ରୁ ୮୦୦ କୋଟି ବର୍ଷ ପୁରୁଣା ଅନ୍ୟ ଗ୍ରହରେ ଜୀବନ ଯାପନ ହୋଇ ପାରିବ ।

ପୃଥିବୀ ଠାରୁ ପ୍ରାୟ ୫ ଡିଗ୍ରୀ ଉତ୍ତପ୍ତ ଗ୍ରହ ମଧ୍ୟ ସୁପରହାବିଟେବଲ୍ ପ୍ଲାନେଟ୍ ହୋଇ ପାରିବ । କାରଣ ସେଥିରେ ଅଧିକ ଟ୍ରପିକାଲ ଜୋନ୍ ଥାଇପାରେ । ପୃଥିବୀରେ ମଧ୍ୟ ସେହି ଅଞ୍ଚଳରେ ଅଧିର ଜୈବ ବିଭିଧତା ଦେଖା ଯାଏ । ଉତ୍ତପ୍ତ ଗ୍ରହକୁ ଆଦ୍ରତା ଆବଶ୍ୟକ ହୋଇପାରେ କାରଣ ଅଧିକ ଉତ୍ତାପ ମରୁଭୂମି ଆଶଙ୍କାକୁ ବଢ଼ାଇ ଦିଏ ।

ଏହାଛଡ଼ା ପୃଥିବୀ ଭଳି ଜମି ଏବଂ ଛୋଟ ଛୋଟ ଦ୍ୱୀପ ଥିବା ଗ୍ରହରେ ଜୀବନଧାରଣ ସମ୍ଭବ ହୋଇ ପାରିବ । କାରଣ ମହାଦ୍ୱୀପର ପରିସୀମା ବଢ଼ିଲେ ତାର କେନ୍ଦ୍ର ମହାସାଗର ଠାରୁ ବହୁତ ଦୂରରେ ରହିଥାଏ । ବୈଜ୍ଞାନିକ ଅଧ୍ୟୟନ ବେଳେ ୨୪ଟି ସୁପରହାବିଟେବଲ୍ ପ୍ଲାନେଟ୍ ପାଇଛନ୍ତି । ଏହିସବୁ ଗ୍ରହ ୫୫୦ କୋଟି ବର୍ଷ ପୁରୁଣା ହୋଇଥିବା ବେଳେ ଏହା ପୃଥିବୀର ବାସ୍ୟାର୍ଦ୍ଧ ଠାରୁ ୧.୮ରୁ ୨.୪ ଗଣ ବଡ଼ ।  ତେବେ ବୈଜ୍ଞାନିକଙ୍କ କହିବା କଥା ଏ ଗ୍ରହର ତାପମାତ୍ରା ପୃଥିବୀ ପୃଷ୍ଠଭୂମିର ତାପମାତ୍ରା ତୁଳନାରେ ୨.୪ ଡିଗ୍ରୀ ସେଲସିୟସ୍ ଥଣ୍ଡା ହୋଇପାରେ ।

Leave A Reply

Your email address will not be published.