Latest Odisha News

BREAKING NEWS

ଏସ୍ଏମସି ପାଓ୍ୱାର ଜେନେରେସନରେ ଦୁର୍ଘଟଣା: ଉତ୍ତପ୍ତ ଲୁହା ପିଣ୍ଡ ପଡି ପୋଡ଼ିଗଲେ ଶ୍ରମିକ

ଝାରସୁଗୁଡା: ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର। ଏସଏମସି ପାଓ୍ୱାର ଜେନେରେସନ କାରଖାନାରେ ନିଆଁରେ ପୋଡି ଗୁରୁତର ହୋଇଛନ୍ତି ଶ୍ରମିକ ମହାବୀର ମାଝୀ। ତାଙ୍କର ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ରାଉରକେଲା ଆଇଯିଏଚ୍ ହସପିଟାଲକୁ ପଠାଯାଇଛି ।

ଗତକାଲି ରାତିରେ ଏସଏମସି କାରଖାନାର ବ୍ଲାଷ୍ଟ ଫର୍ନେଶରେ କାର୍ଯ୍ୟ କରୁଥିବାବେଳେ ଏକ ଉତ୍ତପ୍ତ ଲୁହା ପିଣ୍ଡ ମହାବୀର ଉପରେ ପଡିଯିବାରୁ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିଲା । କାରଖାନାରେ ନିରାପତ୍ତା ନିୟମକୁ ପାଳନ କରାଯାଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ। ଏନେଇ ବାରମ୍ବାର ଦୁର୍ଘଟଣା ଘଟିଥାଏ ଓ ପୂର୍ବରୁ ବହୁ ଶ୍ରମିକ ଏପରି ପୋଡ଼ି ହୋଇ ମୁତ୍ୟୁବରଣ କରିଥିଲେ ବି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାଁନ୍ତି ବୋଲି ଶ୍ରମିକ କହିଛନ୍ତି ।

Leave A Reply

Your email address will not be published.