Latest Odisha News

BREAKING NEWS

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ । ଦୁର୍ଘଟଣାରେ ସ୍ମୃତି ଶକ୍ତି ଚାଲିଯିବା ଏବଂ ପୁଣି ଏକ ଦୁର୍ଘଟଣା ଯୋଗୁ ହେଉ ବା ପୂର୍ବ ଜିନିଷକୁ ଦେଖାଇ ହେଉ ସ୍ମୃତି ଶକ୍ତି ଫେରି ପାଇବା ..ଏମିତି କହାଣୀକୁ ନେଇ ଅନେକ ଫିଲ୍ମ ଆପଣ ୯୦ ଦଶକରେ ଦେଖିଥିବେ । ହେଲେ ଏ କାହାଣୀ ମିଛ ନୁହେଁ । ବାସ୍ତବରେ ବି ଏମିତି ଘଟଣାମାନ ଘଟେ । ଆମେରିକାର ବର୍ଜିନିଆରେ ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ନିଜ ସ୍ମୃତି ଶକ୍ତି ହରାଇଲେ । ତାଙ୍କର ଯେତେବେଳେ ଚେତା ଫରି ଆସିଲା ସେ ୨୯ ବର୍ଷ ତଳକୁ ଚାଲି ଯାଇଥିଲେ । ତାଙ୍କୁ ଲାଗିଲା ସେ ଯେମିତି ୧୯୯୩ରେ ଅଛନ୍ତି । ଚେତା ଆସିବା ପରେ ସେ ଯେତେବେଳେ ପତ୍ନୀଙ୍କୁ ଦେଖିଲେ, ପୁଣି ଥରେ ତାଙ୍କୁ ପ୍ରପୋଜ କରିଥିଲେ ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଚଳିତ ଫାଦରର୍ସ ଡେ ଅବସରରେ ଏଣ୍ଡ୍ରିୟୁ ଏବଂ କ୍ରିଶ୍ଟି ମାକେଞ୍ଜି ଏକ ଫ୍ୟାମିଲି ପାର୍ଟିରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ଏଣ୍ଟ୍ରିୟୁ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରଦାର ହୋଇଥିଲା ଯେ, ଦମ୍ପତି ୬୦ ଫୁଟ ଦୂରରେ ଛିଟିକି ପଡିଥିଲେ । ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏଣ୍ଡ୍ରିୟୁଙ୍କର ଯେତେବେଳେ ଚେତା ଫେରିଲା, ଡାକ୍ତର ଜାଣିବାକୁ ପାଇଲେ  ସେ ସ୍ମୃତି ଶକ୍ତି ହରାଇଛନ୍ତି । ସେ ଭାବିଲେ ସେ ୧୯୯୩ରେ ଅଛନ୍ତି । ତାଙ୍କ ବିବାହକୁ ୩୭ ବର୍ଷ ପୂରିଥିଲେ ହେଁ ସେ ୨୯ ବର୍ଷର ସ୍ମୃତିକୁ ସମ୍ପୂର୍ଣ୍ଣ ହରାଇ ବସିଥିଲେ । ସେ ନିଜ ଝିଅକୁ ବି ଚିହ୍ନି ପାରିଲେନି ।

ଏଣ୍ଡ୍ରିୟୁଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରାଗଲା । ପରେ କ୍ରିଷ୍ଟି ବି ଆଇସିୟୁରୁ ବାହାରିଥିଲେ । କ୍ରିଷ୍ଟି ଏଣ୍ଡ୍ରିୟୁଙ୍କ ରୁମରେ ଏକାଠି ରହିବା ପାଇଁ ଚାହିଁଥିଲେ । ଏକାଠି ଉଭୟେ ରହିବା ପରେ ନର୍ସ ବାହାରେ ଡୋଣ୍ଟ ଡିଷ୍ଟର୍ବ ଲେଖି ଏକ ସାଇଡବୋର୍ଡ ଲଗାଇ ଦେଇଥିଲେ । ଧୀରେ ଧୀରେ ଉଭୟେ  ସୁସ୍ଥ ହେବାକୁ ଲାଗିଲେ । ୧୧ ଦିନ ପରେ ଡାକ୍ତର ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦେଲେ ।

ଭଲ ହେବାର କିଛି ଦିନ ପରେ ଥରେ ଏଣ୍ଡ୍ରିୟୁ ଏବଂ କ୍ରିଶ୍ଟି କେରୋଲିନା ସମୁଦ୍ର ବେଳାଭୂମିରେ ବୁଲୁଥିଲେ । ଦୀର୍ଘ ଦିନ ପରେ ଉଭୟ ୱାକର ବା ହୁଇଲ ଚେୟାର ବିନା ବୁଲୁଥିବାରୁ ଖୁବ ଖୁସି ବି ଥିଲେ  । ଏହି ସମୟରେ ଏଣ୍ଡ୍ରିୟୁ କ୍ରିଷ୍ଟିଙ୍କ ସାମ୍ନରେ ଆଣ୍ଠୁ ମାଡି ବସି ପଡ଼ିଲେ ଏବଂ କ୍ରିଷ୍ଟିଙ୍କୁ ପ୍ରପୋଜ କରିଥିଲେ ।

ଯାହା ବି ହେଉ, ଏବେ ଉଭୟେ ସୁସ୍ଥ ଏବଂ ସେ ଭୟଙ୍କର ଦିନର ସ୍ମୃତି ଭୁଲିବାକୁ ଚେଷ୍ଟା କରୁଛନ୍ତି । କଷ୍ଟ ହେଲେ ବି କ୍ରିଷ୍ଟି ଡାକ୍ତରଙ୍କ ପରାମର୍ଶ ନେଇ ଏଣ୍ଡ୍ରିୟୁଙ୍କ ସ୍ମୃତି ଫେରାଇବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.