ବ୍ରହ୍ମପୁର: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍(ଏସ୍ଡିଜେଏମ୍) ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଆଇନ୍ଜୀବୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନାମ ଭଗବାନ ସାହୁ (୫୧)ଏବଂ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ତାଙ୍କୁ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦିଆଯାଇଛି। ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
କୌଣସି ଏକ ମାମଲାର ବିଚାର ପାଇଁ ଭଗବାନ ଏସଡିଜେଏମ୍ଙ୍କ କୋର୍ଟକୁ ଆଣିଥିଲେ। ହଠାତ୍ ଜଜ୍ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତେବେ ସେ କାହିଁକି ଆକ୍ରମଣ କରିଛନ୍ତି, ତାହାର କାରଣ ଜଣାପଡ଼ିନାହିଁ। ଏସ୍ପି ସର୍ବଣାଙ୍କ କହିବାନୁଯାୟୀ, ଭଗବାନଙ୍କ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ୩ଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରହିଛି। ପୂର୍ବରୁ ମଧ୍ୟ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତେବେ ସୋମବାର ସେ କାହିଁକି କୋର୍ଟ ଆସିଥିଲେ, ତାହାର ତଦନ୍ତ କରାଯାଉଛି। ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି। ଭଗବାନଙ୍କୁ ଅଟକ ରଖାଯାଇଛି। ବିଚାର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ପୋଲିସ ବିଭାଗର ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ବୈଠକରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଜିଲା ଜଜ୍ଙ୍କ କୋର୍ଟରେ ଜଣେ ହାବିଲଦାର ଏବଂ ୪ଟଜଣ କନେଷ୍ଟବଳଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
BREAKING NEWS
- Sunita Williams Retires: ବିଦାୟ ନେଲେ ସୁନିତା ୱିଲିୟମ୍ସ
- Trump On Ind-Pak ceasefire: ‘ପରମାଣୁ ଯୁଦ୍ଧ ମୁହାଁ ଭାରତ ଏବଂ ପାକିସ୍ତାନ…’, ବୁଝୁନି ଟ୍ରମ୍ପଙ୍କ ମନ…
- ସମ୍ୱଲପୁର ବିଶ୍ଵବିଦ୍ୟଳୟ ବ୍ରହ୍ମପୁତ୍ର ହଷ୍ଟେଲ୍ ରୁମ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର
- Trump Immigration Policies: ଟ୍ରମ୍ପଙ୍କ ନୀତି ବିରୋଧରେ ଦେଶବ୍ୟାପୀ ଚାଲିଛି ପ୍ରଦର୍ଶନ
- Vice President To Visit Odisha: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
- India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା
- Kokrajhar Violence: ଆସାମର କୋକ୍ରାଝାରରେ ହିଂସା: ୩ ଜଣଙ୍କର ମୃତ୍ୟୁ, ଇଣ୍ଟରନେଟ ସେବା ବନ୍ଦ
- Thar Accident: ବୁଲେଟ୍କୁ ଧକ୍କା ଦେଲା ଥର୍: ଜଣେ ମୃତ, ୨ ଗୁରୁତର
- Bomb Threat: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- Digital Arrest:ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ; ଯୁବକ ଗିରଫ
Comments are closed.