ବଲାଙ୍ଗିର : ରଜାମରା ଗାଁରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ ନାବାଳକର ଜୀବନ । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା । ମୃତ ନାବାଳକ ଜଣକ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ୧୩ ବର୍ଷୀୟ ଏକମାତ୍ର ପୁଅ ଗୌରୀଶଙ୍କର ରଣା । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଗୌରୀଶଙ୍କର ବିଲରେ ଥିବା ମହୁଲ ଗଛର ମହୁଫେଣାକୁ ଢେଲା ମାରିଥିଲେ । ଫଳରେ ମହୁମାଛି ମାନେ ଗୌରୀଶଙ୍କରକୁ ଆକ୍ରମଣ କରିଥିଲେ ।
ତେବେ ଗୌରିଶଙ୍କରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ହସପିଟାଲରେ ଭର୍ତ୍ତି କରିଥିଲେ ।ପରେ ଶଙ୍କରଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ଗୌରୀଙ୍କର ମୃତ୍ୟୁ ହୋଇଛି । ଗୌରିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Comments are closed.