Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ  ନେଉଥିଲେ ୩୦ହଜାର ଟଙ୍କା  । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ । ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଅମୀୟ କୁମାର ଦାସ ଓ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକଙ୍କୁ ଭିଜିଲାନ୍ସ ବିଭାଗର ଟିମ କଟକ ସ୍ଥିତ କାର୍ଯ୍ୟାଳୟକୁ ଉଠାଇ ନେଇଥିବା ସୂଚନା ମିଳିଛି ।

ଆଜି ଭିଜିଲାନ୍ସ ଟିମ ବଡ଼ଚଣା ବିଇଓ ଅଫିସରେ ପହଞ୍ଚି ଏବିଇଓ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲେ।  ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ବଡ଼ଚଣା କଡେଇ ଶାସନ ସ୍ଥିତ ବାସଭବନ ଓ ଭୁବନେଶ୍ଵରସ୍ଥିତ ଫ୍ଲାଟରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ବଡ଼ଚଣା ଶୁକଦେଇପୁର ସ୍ଥିତ କନିଷ୍ଠ କିରାଣୀ ସୁଧାଂଶୁ ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଛି।

Leave A Reply

Your email address will not be published.