Latest Odisha News

BREAKING NEWS

ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍‌ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି  । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି  ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି  । ଏକ ସାକ୍ଷାତକାରରେ ଅଭିନେତା ଶତ୍ରୃଘ୍ନ ସିହ୍ନା ସୋନାକ୍ଷୀଙ୍କୁ ତାଙ୍କ ସମ୍ପତ୍ତିରୁ ଟଙ୍କାଟେ ବି ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।ତେବେ ତାଙ୍କ ବାପାଙ୍କ ଏଭଳି ପ୍ରତିକ୍ରିୟା ଶୁଣି ସୋନାକ୍ଷୀଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅଭିନେତା ଶତ୍ରୃଘ୍ନ ସିହ୍ନା କହିଛନ୍ତି ଯେ, ତାଙ୍କ ଝିଅ ସୋନାକ୍ଷୀ ଅଭିନୟ ମାଧ୍ୟମରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଖୁବ୍ କମ୍ ସମୟରେ ତାଙ୍କର ଅନେକ ଫ୍ୟାନ୍‌ । ତାଙ୍କର କୋଟି କୋଟି ସମ୍ପତ୍ତିରେ ଝିଅ ସୋନାକ୍ଷୀର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି । କିନ୍ତୁ ତାଙ୍କର ଏଭଳି ପ୍ରତିକ୍ରିୟା ଶୁଣି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅଭିନେତା ଶତ୍ରୃଘ୍ନ ସିହ୍ନା ଏହାର ପଛର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ସୋନାକ୍ଷୀ ଏବେ ଆତ୍ମନିର୍ଭରଶୀଳ।

ସେ ତାଙ୍କ ଅଭିନୟ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରିରେ ଧନ ଏବଂ ଖ୍ୟାତି ଅର୍ଜନ କରିଛନ୍ତି। ତେଣୁ ସୋନାକ୍ଷୀଙ୍କର କିଛି ଅଭାବ ନାହିଁ । ସେଥିପାଇଁ ମୋ ଧନରୁ ଟଙ୍କାଟିଏ ଦେବାର ଆବଶ୍ୟକତା ନାହିଁ । କାରଣ ସେ ଆଗକୁ ଆହୁରି ଅଧିକ ଟଙ୍କା ରୋଜଗାର କରିପାରିବେ ସୋନାକ୍ଷୀ  । ଆଗକୁ ସୋନାକ୍ଷୀ ସିହ୍ନା ‘ଶିବମ୍‌’ ଫିଲ୍ମରେ ନଜର ଆସିବେ । ଯାହାକୁ ଅପେକ୍ଷା କରି ରହିଛନ୍ତି ସେନାକ୍ଷୀଙ୍କ ଫ୍ୟାନ୍ସ  ।

 

 

Comments are closed.