ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି। ମହାବିଦ୍ୟାଳୟରେ ନୂତନ ଭାବରେ ଖୋଲାଯିବାକୁ ରହିଥିବା ବିଭାଗ ଗୁଡିକ ମଧ୍ୟରେ ବିଜ୍ଞାନ ବିଭାଗର ପାଞ୍ଚଟି ବିଭାଗ ଖୋଲାଯାଇଥିବା ବେଳେ ଏହି ସମସ୍ତ ବିଭାଗର ୧୬ ଲେଖାଏଁ ସିଟ୍ ରହିଛି। ବିଭାଗଗୁଡ଼ିକ ହେଲା ବଟନୀ, କେମେଷ୍ଟ୍ରି, ଫିଜିକ୍ସ, ଜୁଲୋଜି ଏବଂ ମେଥ୍। ସେହିପରି ବାଣିଜ୍ୟ ବିଭାଗର ପିଜି ଖୋଲିବା ୩୨ ସିଟ୍ ରହିଥିବା ବେଳେ କଳା ବିଭାଗରେ ଅର୍ଥନୀତି, ଇଂରାଜୀ ଏବଂ ରାଜନୀତି ବିଜ୍ଞାନ ବିଭାଗର ୩୨ ଲେଖାଏଁ ସିଟ୍ ଅନୁମତି ଦିଆଯାଇଛି। ପୂର୍ବରୁ ଇତିହାସ ବିଭାଗରେ ରହିଥିବା ୧୬ ସିଟ୍ କୁ ବୃଦ୍ଧି କରାଯାଇ ୩୨ ସିଟ୍ କରାଯାଇଥିବା ବେଳେ ଓଡ଼ିଆ ବିଭାଗରେ ରହିଥିବା ୮ ସିଟ୍କୁ ବୃଦ୍ଧି କରାଯାଇ ୩୨ ସିଟ୍ କରାଯାଇଛି। ଏଭଳି ୯ଟି ନୂତନ ପୋଷ୍ଟ ଗ୍ରାଜୁଅଟ୍ ବିଭାଗ ଖୋଲାଯିବାକୁ ଅନୁମତି ସହ ପୂର୍ବରୁ ରହିଥିବା ଦୁଇ ବିଭାଗର ସିଟ୍ ବୃଦ୍ଧି କରାଯିବାକୁ ଉଚ୍ଚ ଶିକ୍ଷା ଅନୁମତି ଦେଇଥିବା ନେଇ ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ, ସଂପାଦକ ସମୀର ଆଚାର୍ଯ୍ୟ, ଆଇନଜୀବୀ ପି.ଧର୍ମା ରେଡି, ଜିଲା ପରିଷଦ ସଦସ୍ୟ ତଥା ଛତ୍ରପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡି, ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଏଲ୍.ଗୋପି, ଛାତ୍ର ସଂସଦର ପ୍ରଥମ ସଭାପତି ଦେବେନ୍ଦ୍ର ନାଥ ସାହୁ, ସନ୍ତୋଷ କୁମାର ମିଶ୍ର, ହିମାଂଶୁ ଯାଦବଙ୍କ ସମେତ ବହୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ଏବଂ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ପି.ଜି ବିଭାଗ ଖୋଲିବାକୁ ଦାବୀ କରାଯାଇଥିଲା ।
BREAKING NEWS
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…

Comments are closed.