ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଜିଲା ମୁଖ୍ୟାଳୟରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ପରିଡା ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା ଅନୁସାରେ ସମସ୍ତ କଳାକାର ଯେମିତି ଭତ୍ତା ପାଇବେ, ସେଥି ସକାଶେ ତୁରନ୍ତ ରାଜ୍ୟକୁ ତାଲିକା ପ୍ରେରଣ କରିବାକୁ ଜିଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ ମସିହା ଜନଗଣନା ଅନୁସାରେ ଗଞ୍ଜାମ ଜିଲାକୁ ୩୮୬୦ ଜଣ କଳାକାର ଏହି ଭତ୍ତା ପାଇବା ସକାଶେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହାକି ରାଜ୍ୟର ସମସ୍ତ ଜିଲା ଠାରୁ ଅଧିକ ସଂଖ୍ୟା ଥିଲା। ସେହି ପ୍ରକାରେ ୨୦୧୮ ମସିହାରେ କଳାକାରମାନଙ୍କ ଆବେଦନ ଏବଂ ଚୟନ କରାଯାଇ ସମୁଦାୟ ୧୭୫୬ ଜଣଙ୍କ ନାମ ସୁପାରିଶ ହୋଇଥିଲା। ସେହି ପ୍ରକାରେ ଗଞ୍ଜାମ ଜିଲାର ୧୭୫୬ ଜଣ କଳାକାର ଭତ୍ତା ପାଇ ଆସୁଥିଲେ। ୨୧୦୪ ଗୋଟି ସ୍ଥାନ ଖାଲି ରହିଥିଲା। ଏହି କଳାକାରମାନଙ୍କ ମଧ୍ୟରୁ ଅନେକ କଳାକାର ମୃତ ହେବା ପରେ ପୁନର୍ବାର କଳାକାର ଭତ୍ତା ନିମନ୍ତେ ଆବେଦନ ସଂଗ୍ରହ କରାଯାଇଥିଲା। ଜିଲାରୁ ସମୁଦାୟ ୫୬୬୮ ଜଣ କଳାକାରଙ୍କ ଠାରୁ ଆବେଦନ ପତ୍ର ମିଳିଥିଲା। ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନ ପତ୍ର ଯାଞ୍ଚ କରାଯାଇ ୪୯୮୩ଜଣଙ୍କ ଆବେଦନକାରୀଙ୍କ ପ୍ରମାଣ ପତ୍ର ସଠିକ୍ ଥିଲା। ଏହି ସଠିକ୍ ଥିବା ସମସ୍ତ କଳାକାରଙ୍କ ତାଲିକା ସେମାନଙ୍କ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଚୟନ ସକାଶେ ପ୍ରେରଣ କରାଯାଇଥିଲା। ବ୍ଲକ୍ କଳାସଂଘର ସଭ୍ୟ ମାନଙ୍କୁ ସଂପୃକ୍ତ କରାଯାଇ ସେମାନଙ୍କ ସ୍ତରରେ ଚୟନ କରି ପ୍ରକୃତ କଳାକାରମାନଙ୍କ ନାମ ତାଲିକା ଜିଲାକୁ ପ୍ରେରଣ ସକାଶେ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ଜିଲାର ସମୁଦାୟ ୪୯୮୩ଜଣଙ୍କ ନାମ ତାଲିକା ଚୟନ ହୋଇ ଜିଲା କାର୍ଯ୍ୟାଳୟ ଠାରେ ପ୍ରାପ୍ତ ହୋଇଥିଲା। ପୂର୍ବରୁ ପାଇଥିବା ୧୭୫୬ କଳାକାର ଏବଂ ବର୍ତ୍ତମାନ ନୂତନ ଭାବେ ୨୧୦୪ଜଣ କଳାକାରଙ୍କୁ ମିଶାଯାଇ ଜିଲାକୁ ପ୍ରାପ୍ତ ହୋଇଥିବା ୩୮୬୦ ଜଣ କଳାକାରଙ୍କ ନାମ ରାଜ୍ୟକୁ ପ୍ରେରଣ କରାଯିବ। ସମସ୍ତ କଳାକାର ଯେପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଇବେ, ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ପରିଡା ଗୁରୁତ୍ବ ଦେଇଥିଲେ। ଏହି ବୈଠକରେ ଜିଲା ପରିଷଦ ଗଞ୍ଜାମର ଜିଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଏବଂ ଜିଲା କଳା ସଂସ୍କୃତି ସଂଘର ସଭାପତି ସନ୍ତୋଷ କୁମାର ପାଢୀ ଉପସ୍ଥିତ ଥିଲେ।
BREAKING NEWS
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ

Comments are closed.