ବ୍ରହ୍ମପୁର: ୟୋନୋ ଆପ୍ ଅପଡେଟ କରିବା ବାହାନାରେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକମାନେ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବର ପ୍ରଧାନ(୭୪)। ଘଟଣାକୁ ନେଇ ପିତାମ୍ବର ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ନଂ ୪୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉକି, କିଛି ଦିନ ତଳେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବରଙ୍କ ମୋବାଇଲକୁ ଏକ ମ୍ୟାସେଜ୍ ଆସିଥିଲା। ୟୋନୋ ଆପ୍ ଅପଡେଟ କରିବା ପାଇଁ ଏହି ମେସେଜ ଆସିଥିଲା ା ସେହି ମ୍ୟାସେଜରେ ଥିବା ଲିଙ୍କରେ କ୍ଲିକ କଲେ ୟୋନୋ ଆପ ଅପଡେଟ ହୋଇଯିବ ବୋଲି ଲେଖାଥିଲା। କାଳେ ୟୋନୋ ଆପ ବନ୍ଦ ହୋଇଯିବ ତାହା ଭାବି ପିତାମ୍ବର ସେହି ଲିଙ୍କ ଉପରେ କ୍ଲିକ୍ କରିଥିଲେ। କିଛି ସମୟ ପରେ ତାଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଷ୍ଟେଟବ୍ୟାଙ୍କର କଲ ସେଣ୍ଟରରୁ କହୁଛି ବୋଲି ଜଣାଇଥିଲେ। ମୋବାଇଲକୁ ଯାଇଥିବା ଓଟିପି କହିବା ପରେ ୟୋନୋ ଆପ୍ ଅପଡେଟ ହୋଇଯିବ ବୋଲି ସାଇବର ଠକ ଜଣଙ୍କ ପିତାମ୍ବରଙ୍କୁ କହିଥିଲେ। ସାଇବର ଠକଙ୍କ କଥାରେ ବିଶ୍ବାସ କରି ପିତାମ୍ବର ଓଟିପି ଦେବାପରେ ପ୍ରଥମେ ୨ ଲକ୍ଷ ୯୯ ହାଜର ୯୯୯ ଟଙ୍କା କଟି ଯାଇଥିଲା। ଏହା ଦେଖି ସାଇବର ଠକଙ୍କୁ ପିତାମ୍ବର ଟଙ୍କା କଟିଯିବା ବିଷୟରେ ପଚାରିବା ପରେ ସର୍ଭରରେ ସମସ୍ୟା ରହିଛି ତେଣୁ ଆଉ ଗୋଟିଏ ଓଟିପି ଦେଲେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଫେରିଯିବ ବୋଲି ସାଇବର ଠକ ଜଣଙ୍କ ପିତାମ୍ବରଙ୍କୁ ବୁଝାଇଥିଲେ। ହେଲେ ପିତାମ୍ବର ସେହି ଓଟିପି ଦେବା ପରେ ପୁଣିଥରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ଦୁଇଥରରେ ୫ ଲକ୍ଷ ଟଙ୍କା କଟି ଯିବା ପରେ ପିତାମ୍ବର ତୁରନ୍ତ ନିଜ ବ୍ୟାଙ୍କ ଶାଖାକୁ ଯାଇ ପଚରାଉଚରା କରିଥିଲେ। ବ୍ୟାଙ୍କ ପକ୍ଷରୁ କୌଣସି କଲ୍ ଯାଇନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପିତାମ୍ବରଙ୍କୁ କହିବା ସହ ସେ ଠକେଇର ଶିକାର ହୋଇଥିବା ଜଣାଇଥିଲେ। ଏହାପରେ ପିତାମ୍ବର ଥାନାକୁ ଯାଇ ଅଭିଯୋଗ କରିଥିଲେ।
BREAKING NEWS
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର
- Helicopter Misuse Case Against Naveen:ନବୀନ- ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା:ରିଭିଜନ ପିଟିସନକୁ ଖାରଜ କଲେ କୋର୍ଟ

Comments are closed.