Latest Odisha News

BREAKING NEWS

ଆସନ୍ତାକାଲି ପଦ୍ମପୁର ଫାଇଟ୍ : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍

ଭୁବନେଶ୍ୱର: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ବୁଥମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏନେଇ ପ୍ରେସମିଟ୍ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲିବ। ମୋଟ ୩୧୯ଟି ବୁଥରେ ଭୋଟ୍ ହେବ । ୭୪ଟି ମାଓପ୍ରବଣ ଅଞ୍ଚଳରେ ଓ ୭୮ଟି ସମ୍ୱେଦନଶୀଳ ବୁଥ୍ ରହିଛି । ୬ଟି ପିଙ୍କ୍ ବୁଥ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହିତ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପ୍ରତି ବୁଥରେ ୪ଜଣ ଲେଖାଏଁ ମୋଟ ୧୨୭୬ ପୋଲିଂ ଅଧିକାରୀ ରହିବେ । ୧୨୦ଟି ବୁଥରେ ଓ୍ୱେବ କାଷ୍ଟିଂ ହେବ । ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି । ୩୧୯ବୁଥରୁ ୩୦୬ ବୁଥର ନାମ ପରିବର୍ତ୍ତନ ହୋଇଛି । ୭୯ଟି ଅତିସମ୍ୱେଦନଶୀଳ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଇଭିଏମରେ ତ୍ରୁଟି ଆସିଲେ ଅଧ ଘଣ୍ଟା ମଧ୍ୟରେ ପରିବର୍ତ୍ତନ ହେବ । ଯାନବାହନ ଓ ହୋଟେଲ ଚେକିଂ ଚାଲିଛି । ବାହାର ଲୋକଙ୍କୁ ଅଞ୍ଚଳ ଛାଡିବାକୁ କୁହାଯାଇଛି । ଧରାପଡିଲେ କାର୍ଯ୍ୟାନୁଷ୍ଠାନ ହେବ । ଏକଜିଟ୍ ଓ ଓପିନିଅନ ପୋଲ ଉପରେ ନିଷିଧାଦେଶ ରହିଛି ।

ସୂଚନାଯୋଗ୍ୟଯେ ଗତକାଲିଠୁ ପ୍ରଚାର ସରିଛି । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

 

 

Comments are closed.