Latest Odisha News

ତେଜୁଛି ବିସିସିଆଇ-ପିସିବି ବିବାଦ; ପାକିସ୍ତାନି ଖେଳାଳୀ ଦେଲେ ବଡ଼ ବୟାନ

ନୂଆାଦିଲ୍ଲୀ: ଭାରତୀୟ କ୍ରିକେଟ ବୋଡ଼ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ  ବିବାଦ ଲାଗି ରହିଥିବାବେଳେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ୍ । କ୍ରିକେଟ ଦୁଇ ଦେଶର ସମ୍ପର୍କର; ସୁଧାର ଆଣିବ ବୋଲି ସେ କହିଛନ୍ତି ।

ବିସିସିଆଇ ଏବଂ ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ଭିତରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ୨୦୨୩ ଏସିଆ କପ୍ ପାକିସ୍ତାନରେ ହେବାକୁ ଥିବା ବେଳେ ୨୦୨୩ ଦିନିକିଆ ବିଶ୍ବକପ୍ ଭାରତରେ ହେବାକୁ ଯାଉଛି । ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା କହିଛନ୍ତି ଯେ, ଯଦି ପାକିସ୍ତାନ ତାର ଭେନ୍ୟୁ ପରିବର୍ତ୍ତନ ନକରେ ତେବେ ଭାରତୀୟ ଦଳ ଏସିଆ କପରେ ଅଂସଗ୍ରହଣ କରିବ ନାହିଁ ।

ସେହିପରି ପିସିବିର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନ ଆସିଲେ ୨୦୨୩ ଅକ୍ଟୋବରରେ ଭରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଭାରତ ଯିବ ନାହିଁ ।

ତେବେ ଏଥି ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କ୍ରିକେଟ୍ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ସୁଦୃଢ କରିବାରେ ସାହାଯ୍ୟ କରେ  ଏବଂ ଭାରତୀୟ କ୍ରୀଡା ପ୍ରେମୀ ସବୁବେଳେ ଦେଖିବାକୁ ଚାହାନ୍ତି ଯେ ପାକିସ୍ତାନ ଭାରତରେ ଖେଳିବା ପାଇଁ । ଏବେ ଦେଖିବାର କଥା ରହିଲାକି ଏ ବିବାଦର ଅନ୍ତ କେବେ ।

 

 

Leave A Reply

Your email address will not be published.