Latest Odisha News

୧୭ ଦଫା ଦାବି ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ। ୧୭ ଦଫା ଦାବି ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ ।

ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ)ର  କାର୍ଯ୍ୟ। ଦୀର୍ଘ ଦିନରୁ ଶ୍ରମିକ ମାନଙ୍କ ଦାବିକୁ ଅଣଦେଖା କରିଆସୁଛନ୍ତି ଆଇଓସିଏଲ କର୍ତ୍ତୃପକ୍ଷ। ଶ୍ରମିକ ମାନଙ୍କୁ ବର୍ଦ୍ଧିତ ଦରମା , ଶ୍ରମିକଙ୍କୁ ଭବିଷ୍ୟନିଧି ପାଣ୍ଠି ପ୍ରଦାନ, ଆଇଓସିଏଲ ପରିସରରେ କ୍ୟାଣ୍ଟିନ ସୁବିଧା, ପ୍ରତ୍ୟେକ ସାଇଟ୍ ରେ ବିଶ୍ରାମଗାର, ମାସର ୭ ତାରିଖ ମଧ୍ୟରେ ଦରମା ପ୍ରଦାନ, କଣ୍ଟ୍ରାକ୍ଟ ପିରିୟଡ଼ ସରିବାର ୩ ମାସ ପୂର୍ବରୁ ଟେଣ୍ଡର କରାଇବା ପ୍ରଭୃତି ୧୭ ଦଫା ଦାବି ରହିଛି ।

Leave A Reply

Your email address will not be published.