ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି ।
ମିଳିଥିବା ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି । ବାଂଲାଦେଶ ୪ ୱିକେଟ ହରାଇ ୬୯ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ମହମଦ ଶିରାଜ ୨ଟି , ସୁନ୍ଦର ଏବଂ ଉମରାନ ମଲ୍ଲିକ ଗୋଟେ ଲେଖାଏଁ ୱିକେଟ ନେଇଛନ୍ତି ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଦ୍ରୁତ ବୋଲର କୁଲଦୀପ୍ ସେନଙ୍କ ସ୍ଥାନରେ ଉମରାନ ମଲ୍ଲିକ ଏବଂ ଶାବାସ ଅହମଦଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ମଉକା ଦେଇଛନ୍ତି । ସେହିପରି ବାଂଲାଦେଶ ପକ୍ଷରୁ ହସନ ମେହେମୁଦଙ୍କ ଜାଗାରେ ନଜମୁଲ ହଶନଙ୍କୁ ସ୍ଥାନ ମିଳିଛି । ଅପରପକ୍ଷରେ ଭାରତ ତାର ପ୍ରଥମ ମ୍ୟାଚ ହାରିଥିବା ବେଳେ ଏହି ମ୍ୟାଚକୁ ଜିତି ୧-୧ ରେ ବରାବର କରିବା ପାଇଁ ଚାହିଁବ ।
ଆଜି ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଆୟର୍, କେଏଲ୍ ରାହୁଲ (ୱିକେଟରକ୍ଷକ), ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍, ଶାର୍ଦୁଳ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଉମରାନ ମଲ୍ଲିକ।
Comments are closed.