Latest Odisha News

BREAKING NEWS

ପକ୍ଷାଘାତ ପୀଡ଼ିତା କନିଆଙ୍କୁ ଟେକି ଟେକି ସାତଘେରା ନେଲେ ବର

ନୂଆଦିଲ୍ଲୀ : ପକ୍ଷାଘାତରେ ପୀଡ଼ିତ କନିଆ, ବର ସାଜିଛି ସାହାରା । କଥା ଦେଇ କଥା ରଖିଛନ୍ତି ମହାବୀର । ଆଉ ରୀନାବାଳାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ କରିଛନ୍ତି । ବର ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ପାଖରେ ହାର ମାନିଛି ଅକ୍ଷମତା । ଦୁହିଁଙ୍କ ବିବାହ ବର୍ତ୍ତମାନ ସମାଜକୁ ଦେଇଛି ଏକ ବଡ଼ ଶିକ୍ଷା । ବିବାହ ବେଦୀରେ ପକ୍ଷାଘାତ କନିଆକୁ ବାହୁରେ ଧରି ସାତଘେରା ନେଲା ମହାବୀର । ଏପରି ଦୃଶ୍ୟ ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି  ।

ସୂଚନା ଅନୁଯାୟୀ, ୩ ବର୍ଷ ପୂର୍ବେ ଦୁଇ ପରିବାରଙ୍କ ସମ୍ମତିକ୍ରମେ ଗୁଜରାଟର ପଟନ୍‌ରେ ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ବିବାହ ସ୍ଥିର ‌ହୋଇଥିଲା । ପରେ ଦୁହିଁଙ୍କର ନିର୍ବନ୍ଧ ସରିବା ସହ ଦୁହିଁଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ମହାବୀର ଏବଂ ରୀନାବାଳାଙ୍କ ଖୁସିରେ ସତେ ଯେପରି କାହାର ନଜର ଲାଗିଗଲା । ତାଙ୍କ ଖୁସିର ଜୀବନରେ କଳାବାଦଲ ଘୋଟିଗଲା । ୬ ମାସ ତଳେ ବାନ୍ଧବୀମାନଙ୍କ ସହିତ ଖେଳୁଥିବା ବେଳେ ଗଛରୁ ପଡ଼ି ଯିବାରୁ ରୀନାବାଳାଙ୍କ ମେରୁହାଡ଼ରେ ଆଘାତ ଲାଗିଲା । ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ମେରୁଦଣ୍ଡ ଏମିତି ଆଘାତ ପାଇଥିଲା ଯେ, ସେ ପକ୍ଷାଘାତର ଶିକାର ହୋଇଗଲେ  । ତାଙ୍କ ଗୋଡ଼ କାମ କରିନଥିଲା ସେ ଆଉ ଚାଲିପାରିଲେନି  ।

ରୀନାବାଳାଙ୍କ ଏପରି ଅବସ୍ଥା ଦେଖି ରୀନାବାଳାଙ୍କ ପିତାମାତା ଚିନ୍ତିତ ହୋଇପଡ଼ିଲେ । ଫଳରେ ଦୁଇ ପରିବାର ବାହାଘର ଭାଙ୍ଗିଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଖୁସିର କଥା ଏହି ବିବାହ ପାଇଁ ମହାବୀର ମନା କରିନଥିଲେ । କାରଣ ସେ ରେଣୁବାଳାଙ୍କୁ ଭଲପାଇ ବସିଥିଲେ । ଆଉ ନିଜ ଜନ୍ମଦିନରେ ବିବାହର ତାରିଖ ଘୋଷଣା କରିଥିଲେ  । ପରେ ନିଜ ପରିବାର ଲୋକଙ୍କ ଆପତ୍ତି ସତ୍ତ୍ବେ ହିନ୍ଦୁ ବିବାହ ପ୍ରଥା ଅନୁଯାୟୀ ସେ ଡିସେମ୍ବର ୧ ତାରିଖରେ ରୀନାବାଳାଙ୍କୁ ବିବାହ କରିଥିଲେ।

 

Leave A Reply

Your email address will not be published.