Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ସକାଳ ୮ଟାରେ ଭାେଟ ଗଣତି

ଭୁବନେଶ୍ୱର: କିଏ ପିନ୍ଧିବ ପଦ୍ମପୁର ମୁକୁଟ ? କାଲି ସାମ୍ନାକୁ ଆସିବ ଖବର । ଇଭିଏମ ମେସିନ ଖୋଲିବ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ଆାସନ୍ତାକଲି ହେବ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । କେମିତି ହେବ ଗଣତି, କଣ ହୋଇଛି ବ୍ୟବସ୍ଥା ସେ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲାେହାନୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ,  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା ।ଆରଏମସି ୟାର୍ଡ ପଦମପୁରରେ ଭୋଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବ ।   ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି ।  ୨୩ ରାଉଣ୍ଡରେ ହେବ ପୂରା ଗଣତି ପ୍ରକ୍ରିୟା । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ ।

ବର୍ତ୍ତମାନ ସୁଦ୍ଧା ୨୯୬ ପୋଷ୍ଟାଲ ବାଲାଟ ଆସିଛି । ଆରୋ ଟେବୁଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।  ମାଟ ୩୧୯ ବୁ୍‌ଥର କାଉଣ୍ଟି ୧୪ଟି ଟେବୁଲରେ ହେବ । ବୁଥ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ପ୍ରତି ଟେବୁଲରେ ୩ ଜଣ କର୍ମଚାରୀ ରହିବେ । ଏମାନଙ୍କୁ ତାଲିମ ଦିଆଯାଇସାରିଛି । ଗଣତି ବେଳେ ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ୨ ଜଣ କର୍ମଚାରୀ ବି ଅଛନ୍ତି । ମୋବାଇଲ ଫୋନ ଉପରେ କଟକଣା ଜାରି କରାଯାଇଛି । ମିଡିଆ ପାଇଁ କାଉଣ୍ଟିଂ ସେଣ୍ଟର ବାହାରେ ବ୍ୟବସ୍ଥା କରାଯାଇଛି ।  ଗଣତି  କେନ୍ଦ୍ର ଭିତରକୁ ଯିବା ପାଇଁ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଇସିଆଇ ତରଫରୁ ପାସ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

ଏହା ବ୍ୟତୀତ ଇସିଆଇ ପୋର୍ଟାଲରୁ ଅପଡେଟ ରେଜଲ୍ଟ ମିଳିପାରିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

Leave A Reply

Your email address will not be published.