ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ତାଙ୍କ ଚାମ୍ବର୍ରୁ ବାହାର କରିଦେଇଥିଲେ। ପ୍ରତିବାଦରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସଂଘମିତ୍ରା ଦଳେଇ ବୁଝାଇଥିଲେ। ନିଜ ଚାମ୍ବରକୁ ଡାକି ଆଲୋଚନା କରିଥିଲେ। ସମସ୍ତଙ୍କୁ କଫି ପିଆଇ ମଶା ମୁକାବିଲା ପାଇଁ ମହାନଗର ନିଗମ ତରଫରୁ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେନେଇ ବୁଝାଇଥିଲେ। ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ବିଜେପି। ଅନ୍ୟପଟେ ମହାନଗର ନିଗମରେ ବିଜେପିର ୭ଜଣ କର୍ପୋରେଟର ରହିଥିବା ବେଳେ ବିକ୍ଷୋଭ ବେଳେ ଅଧିକାଂଶଙ୍କୁ ଦେଖିବାକୁ ମିଳିନଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରରେ ବିଭିନ୍ନ କଥା ଆଲୋଚନା ହେଉଛି।
ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବିଜେପି ନେତା କାହ୍ନୁଚରଣ ପତି ଏବଂ ରାମ କୁମାର ପାତ୍ରଙ୍କ ନେତୃତ୍ବରେ କର୍ମୀମାନେ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିଛି ସମୟ ପରେ କମିଶନର ସୋନାଲ ପହଞ୍ଚିଲେ। କର୍ମୀମାନେ ତାଙ୍କ ଚାମ୍ବର ଭିତରକୁ ଅତର୍କିତ ପସିଯାଉଥିବା ବେଳେ ଏହାକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ କମିଶନର। କେବଳ ୪ଜଣ ରହିପାରିବେ, ବଳକାଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ଯଦି ଝଗଡ଼ା ସୃଷ୍ଟି କରିବେ, ତେବେ ଦଫା ୧୦୭ରେ ପୋଲିସରେ ଏତଲା ଦେବେ ବୋଲି ଚେତାବନୀ ଦେଇଥିଲେ। ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଚାମ୍ବର ସମ୍ମୁଖରେ ଧାରଣାରେ ବସିବା ସହ କମିଶନର ଭୁଲ୍ ମାଗନ୍ତୁ ବୋଲି ଦାବି କରିଥିଲେ। କିଛି ସମୟ ପରେ ମେୟର ଦଳେଇ, ଡେପୁଟି ମେୟର ବିବେକ ରେଡ଼ି ପହଞ୍ଚି ସମସ୍ତଙ୍କୁ ବୁଝାଇ ଚାମ୍ବରକୁ ଡାକିଥିଲେ।
ସେଠାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ମଶା ମୁକାବିଲା ପାଇଁ ମହାନଗର ନିଗମ ତରଫରୁ କଣ ସବୁ ପଦକ୍ଷେପ ନିଆଯାଉଛି, ସେନେଇ ମେୟର ଦଳେଇ କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତିଙ୍କ କହିବାନୁଯାୟୀ, କମିଶନର ଯେଉଁଭଳି ବ୍ୟବହାର ଦେଖାଇଲେ, ତାହା ନିନ୍ଦନୀୟ। ଜଣେ ସରକାରୀ ଅଧିକାରୀଙ୍କ ଆଚରଣ ଭଦ୍ର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ମେୟର ଦଳେଇ କହିଥିଲେ ଯେ, ଭୁଲ୍ ବୁଝାମଣା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମଶା ପ୍ରାଦୁର୍ଭାବ ପ୍ରସଙ୍ଗ ନେଇ ବିଜେପି ନେତାମାନେ ବିଭିନ୍ନ ଦାବି ରଖିଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ପୂର୍ବରୁ କର୍ପୋରେଟର ଏବଂ ଅଧିକାରୀଙ୍କ ସହ ଆଲୋଚନା ହୋଇଯାଇଛି। ଟିଫା ମଶିନରେ ପଡ଼ୁଥିବା ସ୍ବତନ୍ତ୍ର ତେଲର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବଜାରରୁ ତେଲ କିଣିବା ଦିଗରେ ପଦକ୍ଷେପ ନିଆଯିବ। ସଫେଇ ନେଇ ଯେଉଁ ଦାବି ରହିଛି, ତାହା ମଧ୍ୟ ପୂରଣ ହେବ ବୋଲି ସେ କହିଛନ୍ତି। ତେବେ କମିଶନର ସୋନାଲଙ୍କ କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ।
BREAKING NEWS
- ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…
- ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ
- ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା
- ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ
- Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…
- ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…
- କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ
- କୋହଲି, ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହେଲେ ଚୟନ କମିଟି ସଦସ୍ୟ
- ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ
- ରାଜ୍ୟର ଏହିସବୁ ସ୍ଥାନରେ ଘନ କୁହୁଡି…
Comments are closed.