Latest Odisha News

ହାତରେ ଆଘାତ ସତ୍ତ୍ୱେ ରୌପ୍ୟ ହାତେଇଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: ପଦ୍ମଶ୍ରୀ ଏବଂ ଟୋକିଓ ଅଲୋମ୍ପିକ୍ ରୌପ୍ୟ ବିଜେତା ମିରାବଇ ଚାନୁ  ହାତରେ ଆଘାତ କାରଣରୁ ୱେଟ ଲିଫ୍ଟଙ୍ଗ ଚାମ୍ପିଆନସିପରେ ସ୍ବର୍ଣ୍ଣ  ପଦକରୁ ବଂଚିତ ହୋଇଛନ୍ତି । କଲୋମ୍ବିଆରେ ହେଉଥିବା ବିଶ୍ବ ଭାରଉତ୍ତଳନ ଚାମ୍ପିଆନସିପରେ ଚାନୁ  ଯଦିଓ ତାଙ୍କର ବେଷ୍ଟ  ପ୍ରଦର୍ଶନ କରିପାରି ନଥିଲେ ତେବେ   ୪୯ କିଲୋ ୱେଟ ବର୍ଗରେ ୨୦୦ କିଲୋ ଭାର ଉଠାଇ ଦିତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେ ଏହି ମ୍ୟାଚରେ ପ୍ରଥମେ ୬୭ ଏବଂ ପରେ ୧୧୩ କିଲୋର ଭାର ଉଠାଇ ଦେଶ ପାଇଁ ସିଲଭର ଆଣିବାରେ ସଫଳ ହୋଇଛନ୍ତି । ସେ ଚୀନର ଟୋକିଓ ଅଲମ୍ପିକ ଚାମ୍ପିଅନ ହୋ-ଜିହୁଆଙ୍କୁ ପଛରେ ପକାଇ ଦେଶ ପାଇଁ ଆଣିଛନ୍ତି ଗୌରବ ।

ଚୀନର ଜିଆଙ୍ଗ-ହୁଇହୁଆ ୨୦୬ କିଲୋର ଭାର ଉଠାଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ମିରାବାଇ ୨୦୧୭ ମସିହାରେ ଏହି ପ୍ରତିଯୋଗିତାରେ ଗୋଲ୍ଡ ହାସଲ କରି ଦ୍ୱିତୀୟ ଥର ପାଇଁ ଏହି ପ୍ରତିଯୋଗିତାରେ ମେଡାଲ ଆଣିବାରେ ସଫଳ ହୋଇଛନ୍ତି । ଆଗରୁ ସେ ୨୦୨୨ କମନ ୱେଲଥ ଗେମ୍ସରେ ଗୋଲ୍ଡ ଆଣିଥିଲେ ।

Leave A Reply

Your email address will not be published.