Latest Odisha News

BREAKING NEWS

ଝାଡୁ ମାଡରେ ଝଡ଼ିଗଲା ପଦ୍ମ ପାଖୁଡା

ନୂଆଦିଲ୍ଲୀ:ଝାଡୁ ମାଡରେ ଝଡ଼ି ପଡ଼ିଲା ପଦ୍ମ ପାଖୁଡା । କମାଲ ଦେଖାଇଲେ କେଜ୍ରିୱାଲ । ବିଜେପି ହାତରୁ ଛଡ଼ାଇ ନେଲେ ମ୍ୟାଜିକ ନମ୍ବର । ପଦ୍ମ ଗଡରେ ବିଜେପିକୁ ମାତ ଦେଲା ଆପ । ବିଜେପି ହାତରୁ ୧୫ ବର୍ଷର କ୍ଷମତା ଖସିଯିବା ପରେ ଏବେ ଚିନ୍ତାରେ ନେତା । ଦୁଇ ଦିନ ତଳେ ୨୦୨୪ ନିର୍ବାଚନ ପାଇଁ ମାଷ୍ଟର ପ୍ଲାନ ତିଆରି କରିଥିଲେ ବିଜେପିର ହାଇଭୋଲ୍ଟଟ ନେତା । ହେଲେ ଆଜି ଏ କ’ଣ ହେଲା ? ଏମସିଡ଼ି ନିର୍ବାଚନରେ ଫେଲ ମାରିଗଲା ସବୁ ଶକ୍ତି ।

ଏପଟେ ଆପ ଶିବିରରେ ଖୁସିର ମାହୋଲ । ଫଳଫଳ ଆସିବା ପରେ ସବୁ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେଜ୍ରୱାଲ ।  ବିଜେପି-କଂଗ୍ରେସକୁ ବି ଶୁଭେଚ୍ଛା ଜଣାଇଛନ୍ତି । କଟାକ୍ଷ କରି କହିଛନ୍ତ, ବହୁତ ହୋଇଗଲା ରାଜନୀତି..ଏବେ ଆସ, ଦିଲ୍ଲୀକୁ ସଫା କରିବା.. ।  ଆପ ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ୧୦ ବର୍ଷ  ଭିତରେ ଜାତୀୟ ଦଳ ହେବ ଆପ । ପଞ୍ଜାବ ପରେ ଏବେ ଦିଲ୍ଲୀ ଗଡରେ ରାଜ କରିବ ଆପ । ଖାଲି ବାକି ରହିଲା ଲୋକସଭା ଆସନ । ସଫଳତା ଧାରାକୁ ଦେଖିବା ପରେ  ୨୦୨୪ ନିର୍ବାଚନକୁ ନେଇ ବି ଆଶାବାଦୀ  ଅଛନ୍ତି ନେତା ଆଉ କର୍ମୀ ।

ଅନ୍ୟପଟେ ବିଜେପି ଶିବିରରେ ଭାଳେଣି । ୧୫ ବର୍ଷର ଗଡ ସମ୍ଭାଳି ପାରିଲାନି ଦଳ । ହାତରୁ ଖସିଗଲା । ୨୦୨୪ ନିର୍ବାଚନ ପାଇଁ ଏବେ କି ଅଙ୍କ କଷିବ ?  ୨୦୧୪ ହେଉ ବା ୨୦୧୯, ସବୁ ଲୋକସଭା ଆସନ ପୋଛି ନେଇଥିଲା ବିଜେପି । ୭ରୁ ୭ ଆସନରେ ପଦ୍ମପଟୁଆର ଦେଖିବାକୁ ମିଳିଥିଲା ।  ହେଲେ ଏଇ ଧାରା ୨୦୨୪ରେ ବଜାୟ ରହିବ ତ ? ନା ଝାଡ଼ୁ ମାଡରେ ସେତକ ବି ସଫା ହୋଇଯିବ ? ଏମସିଡିର ଫଳାଫଳ ଦେଖିବା ପରେ ବିଜେପି ତ ଆତ୍ମ ସମୀକ୍ଷା କରିବ । ତେବେ ଆଗକୁ କି ରଣନୀତି ଆପଣେଇବ ସମୟ କହିବ ।

Leave A Reply

Your email address will not be published.