Latest Odisha News

BREAKING NEWS

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ବରଗଡ଼ ଅମ୍ବାପାଲିର ଶ୍ରେୟସ ସପ୍ତମ ଶ୍ରେଣୀର ଛାତ୍ର । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ଚୟନ ହୋଇଥିବାରୁ ସେ ବେଶ୍ ଖୁସି ଥିଲେ । ଆଜି ଖେଳୁଥିବା ବେଳେ ହଠାତ୍ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ ଶ୍ରେୟସ । ତାଙ୍କୁ ତୁରନ୍ତ ମେଡିକାଲ୍ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଶ୍ରେୟସଙ୍କ ମୃତ୍ୟୁରେ ବରଗଡ଼ ସହ ଅମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି । ଧନୁଯାତ୍ରାରେ କୃଷ୍ଣ ଓ ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାରଙ୍କୁ ବରଗଡ଼ବାସୀ ହୃଦୟରେ ପ୍ରକୃତ ଭଗବାନର ସ୍ଥାନ ଦେଇଥାନ୍ତି ।

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୭ ଦିନ ବାକି ଥିବା ବେଳେ ଆଜି ହଠାତ୍ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ଖବର ବରଗଡ଼ବାସୀଙ୍କୁ ସ୍ତବ୍ଧ କରି ଦେଇଛି ।  ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିରାଟ ଆୟୋଜନ ହେଉଥିବା ବେଳେ ଶ୍ରେୟସଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.