Latest Odisha News

ଯୌନ ରାକ୍ଷସର ଉନ୍ମତ୍ତ କାଣ୍ଡ; ଚଳନ୍ତା ଗାଡ଼ିରୁ ଫୋପାଡ଼ିଦେଲା ୧୦ ମାସର ଶିଶୁ

ମୁମ୍ବାଇ : ହଜିଗଲା ମାନବିକତା । ନିଜ ଉଦ୍ଦେଶ୍ୟରେ ଅସଫଳ ହେବାରୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲା ୧୦ ମାସର ଛୁଆ । ଏଭଳି ଅମାନୁଷିକ ଘଟଣା ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଛି । ସୂଚନା ଅନୁଯାୟୀ, ନିଜ ଝିଅ ସହ ଏକ କାର୍‌ରେ ଗୁଜୁରାଟ ଯାଉଥିବା ବାଟରେ ପାଖରେ ବସିଥିବା ଯାତ୍ରୀ ଜଣକ ମହିଳାଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ ମହିଳା ଜଣକ ବିରୋଧ କରିବାରୁ ତାଙ୍କ ୧୦ ମାସର ଛୋଟ ଝିଅକୁ ଯାତ୍ରୀ ଜଣକ ଚଳନ୍ତା କାର୍‌କୁ ଫିଙ୍ଗି ଦେଇଥିଲେ ।

ନିଜ ଝିଅକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ମଧ୍ୟ ଚଳନ୍ତା କାର୍‌ରୁ ଡେଇଁ ପଡିଥିଲେ । ଏନେଇ ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ଛୁଆଟିର ମୃତ୍ୟୁ ଘଟିଛି । ଏହି ମାମଲାରେ ପୁଲିସ କ୍ୟାବ୍ ଡ୍ରାଇଭରକୁ ଗିରଫ କରିବା ସହ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି  ।

ପୁଲିସ କହିବା ଅନୁଯାୟୀ, ମହିଳା ଜଣକ ପେଲହରରୁ ପୋଶେରକୁ ଫେରୁଥିଲେ । ସେହି କାର୍‌ର ପଛ ସିଟ୍‌ରେ ଆଉ ଜଣେ ବସିଥିବା ଯୁବକ ତାଙ୍କୁ ଖରାପ ଦୃଷ୍ଟିରେ ଚାହିଁବା ସହ ସ୍ପର୍ଶ କରୁଥିଲା । ଏଥିରେ ମହିଳା ଜଣକ ବିରୋଧ କରିବାରୁ ଯୁବକ ଜଣକ ରାଗିଯାଇ ମହିଳାଙ୍କ କୋଳରେ ଥିବା ଛୁଆକୁ ଛଡାଇ ଆଣି ଚଳନ୍ତା କାର୍‌ରୁ ଫୋପାଡ଼ି ଦେଇଥିଲେ ।

Comments are closed.