Latest Odisha News

BREAKING NEWS

ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାରିପାରେ ଇଡି । ଅର୍ଚ୍ଚନା ନାଗ ମାମଲାରେ ଇଡି ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରିଛି । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ପକ୍ଷରୁ ଆବେଦନ କରାଯାଇଛି ।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର ପାଇଁ ଆଣୁଛି । ରିମାଣ୍ଡ ବେଳେ ଅର୍ଚ୍ଚନା ତଦନ୍ତରେ ସେତେଟା ସହଯୋଗ କରୁ ନଥିବା କୁହା ଯାଉଛି । ତେଣୁ ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିପାରେ ।

ଅକ୍ଟୋବର ୬ରେ ଅର୍ଚ୍ଚନା ନାଗଙ୍କୁ ଇଡି ଗିରଫ କରିଥିଲା । ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଗିରଫ ହୋଇଥିଲେ ଅର୍ଚ୍ଚନା । ପରେ ପୋଲିସ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା । ଇଡି ତଦନ୍ତ ଦାୟିତ୍ୱ ନେବା ପରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ବନ୍ଧା ହୋଇଥିଲେ ।

Leave A Reply

Your email address will not be published.