Latest Odisha News

BREAKING NEWS

ଯୁବ ଚାଷୀଙ୍କ ପଶୁପ୍ରେମ, ଯୋଡ଼ା ବଳଦ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ

ବେଙ୍ଗାଲୁରୁ : ଯୁବ ଚାଷୀଙ୍କ ନିଆରା ପଶୁ ପ୍ରେମ । ଯୋଡ଼ା ବଳଦ ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ । ସମସ୍ତେ ନିଜ ବିବାହକୁ ଟିକିଏ ସ୍ୱତନ୍ତ୍ର କରିବାକୁ ଚାହିଁଥାଆନ୍ତି  ।  ନିଜ ବିବାହକୁ ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ କରିଛନ୍ତି ପଶୁପ୍ରେମୀ ମହେଶ । ଯାହା ବିବାହରେ ସମସ୍ତ ଲୋକଙ୍କ ଦୃଷ୍ଟି ଆର୍କଷଣ କରିଥିଲା  ।

ପଶୁପକ୍ଷୀଙ୍କୁ କିଏ ଅବା ଭଲ ନପାଏ  । କିନ୍ତୁ ମହେଶ ତାଙ୍କ ବିବାହରେ ଦୁଇ ବଳଦ ଯୋଡ଼ା ପାଇଁ ସ୍ୱତନ୍ତ୍ର ମଣ୍ଡପ ପ୍ରସ୍ତୁତ କରିଥିଲେ । ଯେଉଁ ମଣ୍ଡପ ଉପରେ ଠିଆ ହୋଇ ନିଜ  ମାଲିକର ବିବାହ ଉତ୍ସବ ଦେଖିଥିଲେ  ।

ସୂଚନା ଅନୁଯାୟୀ, ଚାମରାଜନଗର ପାନିଆଦାହୁଣ୍ଡି ଗାଁରେ ବିବାହ ହୋଇଥିଲା । ସେଠାରେ ବଳଦଙ୍କ ପାଇଁ ଏକ ସ୍ୱତନ୍ତ ମଣ୍ଡପ ହୋଇଥିଲା  । ସେହି ମଣ୍ଡପ ଉପରେ ଦୁଇଟି ବଳଦଙ୍କୁ ସଜ୍ଜିତ କରି ବନ୍ଧାଯାଇଥିଲା  । ଯୁବ ଚାଷୀ ଜଣକ ବାପା କହିଛନ୍ତି ଯେ, ଏହି ଦୁଇଟି ବଳଦ ବିଲରେ କାମ କରିବା ପାଇଁ ଅଣାଯାଇଛି । ବାହାଘରରେ ମହେଶ ବଳଦ ଯୋଡ଼ା ଆଣିବାକୁ ଚାହୁଁଥିଲେ ତେଣୁ ଏହି ମଣ୍ଡପ ପ୍ରସ୍ତୁତ କରି ଅଣାଯାଇଛି  ।

Leave A Reply

Your email address will not be published.