Latest Odisha News

BREAKING NEWS

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି, ସାମିଲ ହେବେ ଯୁକ୍ତ ୩, ପିଜି ଛାତ୍ର

ଭୁବନେଶ୍ୱର : କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି । ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଏଥିରେ ଉପସ୍ଥିତ ଥିଲେ ।

ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ୍ ସଲିଭେନ ଉପସ୍ଥିତ ଥିଲା । ଆମର ସେଣ୍ଟର ଅଫ୍ ଏକ୍ସେଲେନ୍ସ ବିଶ୍ୱ ବ୍ୟାଙ୍କ ଅନୁସାରେ ଭଲ କାମ କରୁଛି । ହେଲେ ତାହା ଗୋଟେ ସ୍ତର ଯାଏଁ ରହୁଛି । ରିସର୍ଚ୍ଚ ପରେ କେମିତି ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେଶକୁ ଫିଟ୍ ହେବ ପାଇଁ ଆଲୋଚନା ହୋଇଛି । ରିସର୍ଚ୍ଚ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଛନ୍ତି । ରିସର୍ଚ୍ଚକୁ ବଡ଼ କମ୍ପାନୀକୁ ଦିଆଯିବ । ଏହା ଜରିଆରେ ଷ୍ଟାର୍ଟଅପ ଖୋଲି ବ୍ୟବସାୟ କରିପାରିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.