Latest Odisha News

ଯୁବଗୋଷ୍ଠୀଙ୍କ ଭବିଷ୍ଯତ ନଷ୍ଟ କରୁଛି ସିଗାରେଟ, ଧୂମପାନ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଲା ଏହି ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ସିଗାରେଟ ବିକ୍ରି କରିପାରିବା ପାଇଁ ବଡ ବଡ ନାମୀଦାମୀ ତାରକାଙ୍କୁ କମ୍ପାନୀ ମାନେ ବିଜ୍ଞାପନ କରାଉଛନ୍ତି। ଏପରି କରି ଗୋଟିଏ ଗୋଷ୍ଠୀକୁ ସିଗାରେଟ ଟାଣିବାକୁ ପରୋକ୍ଷରେ ପ୍ରୋତ୍ସାହନ ଦିଆଯାଉଛି। ଯଦିଓ ବିଜ୍ଞାପନରେ ଲେଖା ହେଉଛି ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ଏହାର ପ୍ରଭାବ ବଜାର ଉପରେ ସେତେଟା ପ୍ରଭାବ ପଡ଼ିଲା ଭଳି ଦେଖାଯାଏନି। କିନ୍ତୁ ନ୍ୟୁଜିଲାଣ୍ଡ ଭଳି ଏକ ଛୋଟିଆ ଦେଶରେ ସିଗାରେଟ ଟାଣି ଅନେକ ଲୋକ ରୋଗର ଶିକାର ହେଉଥିବା ଜଣାପଡିବା ପରେ ସେଠିକାର ସରକାର ଏକ ନୂଆ ଆଇନ୍ ଆଣିଛନ୍ତି। ଯାହାକୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା।

ନ୍ୟୁଜିଲାଣ୍ଡର ଯୁବକଙ୍କ ଭବିଷ୍ୟତକୁ ସିଗାରେଟ ନିଶାରୁ ସୁରକ୍ଷିତ ରଖିବା ପାଇଁ ନ୍ୟୁଜିଲାଣ୍ଡ ସରକାର ମଙ୍ଗଳବାର ଏକ ଆଇନ ପ୍ରଣୟନ କରିଛି। ଏହି ନିୟମ ଅନୁଯାୟୀ, ଜାନୁଆରୀ ୧, ୨୦୦୯ ରେ କିମ୍ବା ଏହାପରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତି କେବେ ତମାଖୁ କିଣି ପାରିବେ ନାହିଁ। ନିୟମ ଅନୁଯାୟୀ ସିଗାରେଟ୍ କିଣିବାର ସର୍ବନିମ୍ନ ବୟସ ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବ। ଏପରି ନିୟମ ଆଣିବାରେ ନ୍ୟୁଜିଲାଣ୍ଡ ବିଶ୍ବର ପ୍ରଥମ ଦେଶ ହୋଇଛି।

ଯୁବକମାନେ ସିଗାରେଟ୍ କିଣିବା ଉପରେ ଆଜୀବନ ନିଷେଧାଦେଶ ପରେ, ବର୍ତ୍ତମାନଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତି ସିଗାରେଟ୍ ପ୍ୟାକେଟ୍ କିଣିବା ପୂର୍ବରୁ ଦୋକାନୀଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ପଡିବ ଯାହା ତାଙ୍କୁ ଅତି କମରେ ୬୩ ବର୍ଷ ହୋଇଥିବ। ୨୦୨୫ ସୁଦ୍ଧା ଦେଶରେ ଧୂମ ପାନକାରୀଙ୍କ ସଂଖ୍ୟା ପାଞ୍ଚ ପ୍ରତିଶତ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏଥି ସହିତ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହା ପୂର୍ବରୁ ଧୂମପାନ କମିଯିବ। ଏହି ନୂଆ ନିୟମ ଲାଗୁ ହେବା ପରେ, ବର୍ତ୍ତମାନ ତମାଖୁ ବିକ୍ରି ପାଇଁ ଅନୁମତି ପ୍ରାପ୍ତ ଖୁଚୁରା ବ୍ୟବସାୟୀଙ୍କ ସଂଖ୍ୟା ୬ ହଜାରରୁ ୬୦୦ କୁ ହ୍ରାସ ପାଇବ। ଏଥିସହ ଧୂମପାନ ଯୋଗ୍ୟ ତମାଖୁରେ ଅନୁମତି ପ୍ରାପ୍ତ ନିକୋଟିନ୍ ପରିମାଣର ବ୍ୟବହାର ମଧ୍ୟ କମିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଆୟେଶା ଭେରାଲ ସଂସଦରେ ସାଂସଦମାନଙ୍କୁ କହିଛନ୍ତି: ‘ଏକ ସିଗାରେଟ୍ ଉତ୍ପାଦ ବିକ୍ରି କରିବାକୁ ଅନୁମତି ଦେବାର କୌଣସି ଭଲ କାରଣ ନାହିଁ। ଯାହା ଏହାକୁ ବ୍ୟବହାର କରୁଥିବା ଅଧା ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଏ। ଏବେ ଏହି ନିୟମ ପ୍ରଣୟନ ଦ୍ବାରା ସେ କହିଛନ୍ତି ଯେ ଧୂମପାନ ହେତୁ କ୍ୟାନସର, ହୃଦଘାତ, ଷ୍ଟ୍ରୋକ ଭଳି ରୋଗର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କୋଟି କୋଟି ଟଙ୍କା ଅନେକ ଲୋକ ସେଭିଂସ ବା ସଞ୍ଜୟ କରିପାରିବେ। ଏହି ବିଲ୍ ଏକ ଜେନେରେସନ୍ ପରିବର୍ତ୍ତନ ଆଣିବ ଏବଂ ଯୁବକମାନଙ୍କ ପାଇଁ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବ।

ନ୍ୟୁଜିଲାଣ୍ଡରେ ଗତ ମାସରେ ରିପୋର୍ଟ ଅନୁଯାୟୀ ୧୦ ବର୍ଷ ପୂର୍ବେ ୧୬% ତୁଳନାରେ ୮% ବୟସ୍କ ବ୍ୟକ୍ତି ପ୍ରତିଦିନ ଧୂମପାନ କରନ୍ତି। ଏହି ସମୟରେ, ୩.୩% ବୟସ୍କ ବ୍ୟକ୍ତି ପ୍ରତିଦିନ ଇ-ସିଗାରେଟ୍ ଟାଣୁଥିଲେ, ଯାହା ଛଅ ବର୍ଷ ପୂର୍ବେ ୧% ରୁ କମ୍ ଥିଲା।

ନ୍ୟୁଜିଲାଣ୍ଡ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ସାରିଛି। ଏହି ଆଇନକୁ ଅନେକ ସ୍ୱାଗତ କରି ସାରିଛନ୍ତି।

Comments are closed.