ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଆତଙ୍କ ଖେଳି ଯାଇଛି। ମାତ୍ର ୫ ଦିନ ଭିତରେ ଜଣେ ମହିଳାଙ୍କୁ ଦୁଇଥର ଏବଂ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର୍ ହେଇଯାଉଛନ୍ତି। କିଏ ଏବଂ କାହିଁକି ଏଭଳି କାଣ୍ଡ କରୁଛି, ତାହାକୁ ନେଇ ନାନା ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ପୋଲିସ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ଯୋଗୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେହି ଜଣେ ଦୁର୍ବୃତ୍ତ ଗତ କିଛି ଦିନ ହେଲା ବାରମ୍ବାର ମହିଳାଙ୍କୁ ଆକ୍ରମଣ କରୁଛି। ପ୍ରଥମ ଘଟଣା ବୁଧବାର ଜଣାପଡ଼ିଥିଲା। ବାବୁଆ ପାଢ଼ୀ ନାମକ ଜଣେ ମହିଳା ଘର ଭିତରେ ଥିବା ବେଳେ ତାଙ୍କୁ ଜଣେ ଯୁବକ ଧକ୍କା ଦେଇ କିଛି ସାମଗ୍ରୀ ଚୋରି କରିଦେଇଥିଲେ। ଏହା ପରେ ଗୁରୁବାର କେ. ଭାରତୀ ପାତ୍ର ନାମକ ଜଣେ ମହିଳାଙ୍କୁ ଘରେ ପଶି ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଆକ୍ରମଣରେ ଭାରତୀଙ୍କ ମୁଣ୍ଡରୁ ପ୍ରଚାର ରକ୍ତ ବୋହିଥିଲା। ତେବେ ଲଗାତାର ଦୁଇ ଦିନ ଭିତରେ ଦୁଇଟି ଘଟଣା ଘଟିଥିବା ଯୋଗୁ କେହି ଦୁର୍ବୃତ୍ତ ଲୁଟ୍ ଉଦେ୍ଧଶ୍ୟରେ ଏଭଳି କାଣ୍ଡ ଭିଆଉଥିବା ଆଲୋଚନା ହେଉଥିଲା। ଏତିକି ବେଳେ ଶୁକ୍ରବାର ଗ୍ରାମର କବିତା ପାଢ଼ୀ ନାମ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଘର ବାହାରେ କବିତା ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ମୁଣ୍ଡକୁ ଇଟାରେ ମାଡ଼ ମାରି ଫେରାର୍ ହୋଇଯାଇଥିଲା। ଆକ୍ରମଣରେ କବିତାଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ଚିକିତ୍ସିତ ହୋଇଥିଲେ। ତେବେ ରବିବାର ସକାଳେ ପୁଣି ଥରେ କବିତାଙ୍କୁ ଆକ୍ରମଣ ହୋଇଛି। ସେ ଘର ଭିତରେ ଥିବା ବେଳେ ଦୁର୍ବୃତ୍ତ ଜଣକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଚମ୍ପଟ ମାରିଛି। କବିତା ଚିତ୍କାର କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସା କରିଥିଲେ।
ଅନ୍ୟପଟେ ବାରମ୍ବାର ଏଭଳି ଘଟଣା ଏବଂ ପୋଲିସର ବିଫଳତାକୁ ନେଇ ଜଗଦଳପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରବିବାର ଘଟଣା ପରେ ସକାଳୁ ସକାଳୁ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ, ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ସହ ପୀଡ଼ିତଙ୍କ ବୟାନ ନେଉଛନ୍ତି। ଶୁକ୍ରବାର ତୃତୀୟ ଘଟଣା ପରେ ଶନିବାର ସାଧା ପୋଷାକରେ ପ୍ରାୟ ୧୦ ଜଣ ପୋଲିସ କର୍ମଚାରୀ ଗ୍ରାମରେ ମୂତୟନ ହୋଇଥିଲେ। ଏଣୁ ଶନିବାର କୌଣସି ଅଘଟଣ ଘଟିନାହିଁ। ରବିବାର ସକାଳେ କେହି ପୋଲିସ କର୍ମଚାରୀ ନଥିଲେ। ଏହାର ସୁଯୋଗ ନେଇ କବିତାଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ ବୋଲି ପୋଲିସ ସୂତ୍ରରୁ କୁହାଯାଇଛି।
BREAKING NEWS
- ଆଜିଠୁ ବଦଳିବ ୫ଟି ବଡ଼ ନିୟମ; ନୂଆ ଟାକ୍ସ ପଲିସି ଲାଗୁ, ୟୁପିଆଇ ନିୟମରେ ପରିବର୍ତ୍ତନ
- ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା
- ମିଥୁନ ରାଶିକୁ ୧୨ ବର୍ଷ ପରେ ଆସିବେ ବୃହସ୍ପତି; ୫ ରାଶିଙ୍କ ଫିଟିବ ଭାଗ୍ୟ
- ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
- ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ
- ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !
- ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା
- ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…
- ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି
- ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
Comments are closed.