ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଆତଙ୍କ ଖେଳି ଯାଇଛି। ମାତ୍ର ୫ ଦିନ ଭିତରେ ଜଣେ ମହିଳାଙ୍କୁ ଦୁଇଥର ଏବଂ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର୍ ହେଇଯାଉଛନ୍ତି। କିଏ ଏବଂ କାହିଁକି ଏଭଳି କାଣ୍ଡ କରୁଛି, ତାହାକୁ ନେଇ ନାନା ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ପୋଲିସ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ଯୋଗୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେହି ଜଣେ ଦୁର୍ବୃତ୍ତ ଗତ କିଛି ଦିନ ହେଲା ବାରମ୍ବାର ମହିଳାଙ୍କୁ ଆକ୍ରମଣ କରୁଛି। ପ୍ରଥମ ଘଟଣା ବୁଧବାର ଜଣାପଡ଼ିଥିଲା। ବାବୁଆ ପାଢ଼ୀ ନାମକ ଜଣେ ମହିଳା ଘର ଭିତରେ ଥିବା ବେଳେ ତାଙ୍କୁ ଜଣେ ଯୁବକ ଧକ୍କା ଦେଇ କିଛି ସାମଗ୍ରୀ ଚୋରି କରିଦେଇଥିଲେ। ଏହା ପରେ ଗୁରୁବାର କେ. ଭାରତୀ ପାତ୍ର ନାମକ ଜଣେ ମହିଳାଙ୍କୁ ଘରେ ପଶି ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଆକ୍ରମଣରେ ଭାରତୀଙ୍କ ମୁଣ୍ଡରୁ ପ୍ରଚାର ରକ୍ତ ବୋହିଥିଲା। ତେବେ ଲଗାତାର ଦୁଇ ଦିନ ଭିତରେ ଦୁଇଟି ଘଟଣା ଘଟିଥିବା ଯୋଗୁ କେହି ଦୁର୍ବୃତ୍ତ ଲୁଟ୍ ଉଦେ୍ଧଶ୍ୟରେ ଏଭଳି କାଣ୍ଡ ଭିଆଉଥିବା ଆଲୋଚନା ହେଉଥିଲା। ଏତିକି ବେଳେ ଶୁକ୍ରବାର ଗ୍ରାମର କବିତା ପାଢ଼ୀ ନାମ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଘର ବାହାରେ କବିତା ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ମୁଣ୍ଡକୁ ଇଟାରେ ମାଡ଼ ମାରି ଫେରାର୍ ହୋଇଯାଇଥିଲା। ଆକ୍ରମଣରେ କବିତାଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ଚିକିତ୍ସିତ ହୋଇଥିଲେ। ତେବେ ରବିବାର ସକାଳେ ପୁଣି ଥରେ କବିତାଙ୍କୁ ଆକ୍ରମଣ ହୋଇଛି। ସେ ଘର ଭିତରେ ଥିବା ବେଳେ ଦୁର୍ବୃତ୍ତ ଜଣକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଚମ୍ପଟ ମାରିଛି। କବିତା ଚିତ୍କାର କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସା କରିଥିଲେ।
ଅନ୍ୟପଟେ ବାରମ୍ବାର ଏଭଳି ଘଟଣା ଏବଂ ପୋଲିସର ବିଫଳତାକୁ ନେଇ ଜଗଦଳପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରବିବାର ଘଟଣା ପରେ ସକାଳୁ ସକାଳୁ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ, ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ସହ ପୀଡ଼ିତଙ୍କ ବୟାନ ନେଉଛନ୍ତି। ଶୁକ୍ରବାର ତୃତୀୟ ଘଟଣା ପରେ ଶନିବାର ସାଧା ପୋଷାକରେ ପ୍ରାୟ ୧୦ ଜଣ ପୋଲିସ କର୍ମଚାରୀ ଗ୍ରାମରେ ମୂତୟନ ହୋଇଥିଲେ। ଏଣୁ ଶନିବାର କୌଣସି ଅଘଟଣ ଘଟିନାହିଁ। ରବିବାର ସକାଳେ କେହି ପୋଲିସ କର୍ମଚାରୀ ନଥିଲେ। ଏହାର ସୁଯୋଗ ନେଇ କବିତାଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ ବୋଲି ପୋଲିସ ସୂତ୍ରରୁ କୁହାଯାଇଛି।
BREAKING NEWS
- ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
- SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
Comments are closed.