ଲକ୍ଷ୍ନୌ: ସାଧାରଣତଃ ବିବାହ ଉତ୍ସବରେ କନ୍ୟା ଘର ତରଫରୁ ବରଙ୍କୁ ବିଭିନ୍ନ ଉପହାର ଦିଆଯାଇଥାଏ । ସୁନାଠୁ ଆରମ୍ଭ କରି ନାନା ଉପହାର ଦିଆଯାଇଥାଏ । ମାତ୍ର ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି କନ୍ୟାର ପିତା । ତେବେ ସେହି ଉପହାରଟି ହେଉଛି ବୁଲଡୋଜର ।
ସୂଚନା ଅନୁଯାୟୀ, ହମିରପୁରର ଯୋଗେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବିବାହ କରିଥିଲେ। ଆଉ ଏହି ବିବାହ ଉତ୍ସବରେ ତାଙ୍କ ଶ୍ୱଶୁର ତାଙ୍କୁ ବୁଲଡୋଜର ଉପହାର ଦେଇଥିଲେ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ବେଲୁନ ଓ ଫୁଲମାଳ ଲଗାଯାଇଥିବା ବୁଲଡୋଜର।
Uttar Pradesh| In a unique marriage in Hamirpur, the bride’s family gifts a bulldozer to the groom
My father-in-law gifted me a bulldozer because it is useful and it can provide jobs unlike a 4-wheeler: Yogendra Prajapati, Groom pic.twitter.com/VjG24IMFss— ANI UP/Uttarakhand (@ANINewsUP) December 17, 2022
ତେବେ ଏହି ବୁଲଡୋଜର ଦେବା ପଛର କାରଣ ମଧ୍ୟ ରହିଛି । ଯାହା ସମାଜ ପାଇଁ ଏକ ବାର୍ତ୍ତା । ନବ ବିବାହିତ ଦମ୍ପତିଙ୍କ ପାଇଁ ବିଳାସପୂର୍ଣ୍ଣ କାର ବଦଳରେ ଜେସିବି ଦେବା ପଛର କାରଣ ପଚରାଯିବାରୁ କନ୍ୟାର ପିତା ପର୍ଶୁରାମ କହିଛନ୍ତି ଯେ ତାଙ୍କ ଝିଅ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛନ୍ତି । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ସେ ବୁଲଡୋଜର ବ୍ୟବହାର କରି ଟଙ୍କା ରୋଜଗାର କରିପାରିବେ।
ଏହି ସମୟରେ ଜ୍ୱାଇଁ ଯୋଗେନ୍ଦ୍ର ମଧ୍ୟ କହିଛନ୍ତି, ଏହା ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଥିଲା । ମୋ ଶ୍ୱଶୁର ଆମ ବିବାହରେ ଏହି ବୁଲଡୋଜରଟିକୁ ଉପହାର ଦେଇଛନ୍ତି । ଯାହା ଆମ ଜିଲ୍ଲା ପାଇଁ ନୂତନ ପଦକ୍ଷେପ ।
Comments are closed.