Latest Odisha News

BREAKING NEWS

ଚଟ୍ଟୋଗ୍ରାମ ଟେଷ୍ଟରେ ଭାରତର ବୃହତ ବିଜୟ

ଚଟ୍ଟୋଗ୍ରାମ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦୌଡରେ ଭାରତର ଆଶା ଏବେ ବି ଉଜ୍ଜୀବୀତ ରହିଛି । ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୩୨୩ ରନ କରି ଅଲଆଉଟ ହୋଇ ଯାଇଥିଲା । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ୧୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨ ୱିକେଟ ବିନିମୟରେ ୨୫୮ ରନ କରି ଇନିଂସ ଘୋଷଣା କରିଥିଲା ।

ଅନ୍ତିମ ଦିବସରେ ଶାକିବ ଉଲ ହାସନ ୮୪ ରନ କରି କିଛିଟା ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୪ଟି ଓ କୁଲଦୀପ ଯାଦବ ୩ଟି ୱିକେଟ ଅକ୍ତିଆର କରି ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୁଲଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.