ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ମୂଖ୍ୟ ବିଗ୍ରହ ମା ଭୁବନେଶ୍ୱରୀଙ୍କ ବିଷୟରେ ଆଲୋଚନା କରିସାରିବା ପରେ ସେହି ମନ୍ଦିରରେ ବିରାଜିତ ମା ସରସ୍ବତୀ ଙ୍କ ବିଷୟରେ ଆଲୋଚନା କରିବା.ତତ୍ତ୍ୱ ଅନୁସାରେ ସ୍ୱୟଂ ଭଗବାନ ବିଷ୍ଣୁ ଙ୍କ ଶ୍ରୀମୁଖରୁ ମା ସରସ୍ବତୀ ଙ୍କ ଜନ୍ମ, ତେଣୁ ସେ ବାକ ଦେବୀ ତଥା ବିଦ୍ୟାର ଦେବୀ ହିସାବରେ ପୂଜିତ ହେଉଛନ୍ତି ମା ଭୁବନେଶ୍ୱରୀ ମନ୍ଦିରର ନାଟ ମଣ୍ଡପ ବାମ ପାର୍ଶ୍ୱରେ କାନ୍ଥକୁ ଲାଗି ଏକ ସ୍ୱତନ୍ତ୍ର କ୍ଷୁଦ୍ର ମନ୍ଦିର ମଧ୍ୟରେ ମା ସରସ୍ବତୀ ହଂସ ବlହନ ଉପରେ ବିରାଜିତ ହୋଇଛନ୍ତି। ପ୍ରାୟ ଏକ ଫୁଟ ଉଚ୍ଚା ଦୁଇ ଭୁଜା ବିଶିଷ୍ଟl ମା ଦୁଇ ହସ୍ତରେ ବୀଣା ଧାରଣ କରିଛନ୍ତି। ଦେବୀ ସରସ୍ବତୀ ପୂର୍ବାଭିମୁଖୀ ହୋଇ ବିରାଜମାନ କରିଛନ୍ତି ଏବଂ ତାଙ୍କ ଡାହାଣ ପାର୍ଶ୍ଵରେ ସେହି ଏକ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହ ମୂର୍ତ୍ତି ବିରାଜିତ ଅଛନ୍ତି। ମା ସରସ୍ବତୀଙ୍କ ଦୈନିକ ନୀତି ହିସାବରେ ମଜଣା, ସ୍ନାନ, ବେଶ, ବଲ୍ଳଭ ଭୋଗ, ସକାଳ ଧୂପରେ ଖେଚୁଡ଼ି ଭୋଗ ବ୍ୟତୀତ କୋଠରୁ ଦୁଇଟି ମାଠପୁଳି ଆସିଥାଏ। ପ୍ରତିଦିନ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫୁଲ ମାଳ ଆସି ମା ସରସ୍ବତୀଙ୍କୁ ଲାଗି କରାଯାଏ। ସକାଳ ଧୂପର ଖେଚୁଡ଼ି ଭୋଗ ମଧ୍ୟ ପ୍ରଭୂ ଙ୍କ ନିକଟରୁ ଆସି ସମର୍ପଣ କରାଯାଏ.ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଯାହାକି ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଭାବରେ କଥିତ ହୁଏ। ସେହି ଦିନ ଏଠାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ସେ ବିଷୟରେ ଆଗାମୀ ଅଧ୍ୟାୟରେ ବିଷଦ ଭାବରେ ଆଲୋଚନା କରିବା, ବର୍ତ୍ତମାନ ଆରାଧନା ରେ ଜପ କରିବା ମା ସରସ୍ବତୀ ଙ୍କ ଗାୟତ୍ରୀ ମନ୍ତ୍ର ।
“ଓଁ ସରସ୍ୱତୈ ଚ ବିଦ୍ମହେ, ବ୍ରହ୍ମ ଶକ୍ତେ ଚ ଧୀମହି, ତନ୍ନୋ ଦେବୀ ପ୍ରଚୋଦୟାତ ।” ତଥା କରିବା କିଛି ଭାଗବତ ପଠନ.ଆତ୍ମ କ୍ରୀଡ଼ନେ ନରହରି, ପୂର୍ବେ ଅନେକ ସୃଷ୍ଟି କରି ।
ସଂସାରେ ଖେଳି ନାନା ମତେ
ସନ୍ତୋଷ ନ ଲଭିଲା ଚିତ୍ତେ ।
ତେଣୁ ମାନବ ସୃଷ୍ଟି କଲା
ଯହିଁ ବିଶ୍ରାମ ସର୍ବଲୀଳା ।
ମନ୍ୟୁଷ ଦେହେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ଭଗବାନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.