Latest Odisha News

BREAKING NEWS

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି ! କିପରି ରକ୍ଷା ପାଇବେ ଜାଣନ୍ତୁ…

ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା । ବର୍ତ୍ତମାନ ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗାଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ ।

ତେବେ ପାନୀୟ ଗୁଡ଼ିକ ହେଲା : ସକାଳୁ ଚା’ରେ ଅଦା ରସ, ଗୁଜୁରାତି ଗୁଣ୍ଡ, ଡାଲଚିନି ଗୁଣ୍ଡ ମିଶାଇ ପିଇଲେ, ତାହା ତ୍ବଚାକୁ ପୋଷଣ ଦିଏ ଓ ତ୍ବଚା ଶୁଷ୍କ ହେବାରୁ ରକ୍ଷା କରିଥାଏ ।

ଶୀତଦିନେ ସପ୍ତାହକୁ ୨-୩ଥର ଗରମାଗରମ ସୁପ୍ ପିଇବାକୁ ଯେମିତି ନ ଭୁଲନ୍ତି। ଟମାଟୋ ସୁପ୍ ଦେହ, ତ୍ବଚା ଉଭୟ ପାଇଁ ଭଲ।

ତ୍ବଚାକୁ ଉଜ୍ଜଳ କରୁଥିବା ହଳଦି ଖିରରେ ମିଶାଇ ମଧ୍ୟ ପିଇପାରିବେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ତ୍ବଚା ଶୁଷ୍କ ହେବାକୁ ଦେଇନଥାଏ।

ଭିଟାମିନ୍, ପୋଷକତତ୍ତ୍ୱରେ ଭରପୂର ଘି-କୁଆଁରୀ ରସ ଶୀତଦିନେ ପିଇବା ଦରକାର। ଏହି ପାନୀୟ ପିଇଲେ ତ୍ବଚାର ଅନେକ ସମସ୍ୟା କମ୍ ହୁଏ।

 

Leave A Reply

Your email address will not be published.