Latest Odisha News

BREAKING NEWS

ଜମିବାଡି ବିବାଦକୁ ନେଇ ଗୁଳିମାଡ, ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ

ନୟାଗଡ: ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ଜମିବାଡି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଭୟଙ୍କର ରୂପ ନେଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ଫାୟାରିଂ କରାଯାଇଛି । ଗୁଳିମାଡରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିରେ ୪ ଜଣ ଆହତ ହୋଇଛନ୍ତି । ମୃତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ହେଲେ ଅନିରୁଦ୍ଧ ନାୟକ। ନୟାଗଡ଼ ଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନାରୁ ଜଣାଯାଇଛି,  ଜମିଜମା ବିବାଦକୁ କେନ୍ଦ୍ର କରି  ପଡେଶୀଙ୍କ ସହ  ଅନିରୁଦ୍ଧଙ୍କର ବିବାଦ ଲାଗି ରହିଥିଲା ।  ଆଜି ଏହି ବିବାଦ ବିସ୍ଫୋରକ ରୂପ ନେଇଥିଲା। ଉତ୍ତ୍ୟକ୍ତ ପଡୋଶୀ ଅନିରୁଦ୍ଧଙ୍କ ଉପରକୁ  ୧୩ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରୁ ୧୦ ରାଉଣ୍ଡ ଗୁଳି ଅନିରୁଦ୍ଧଙ୍କ ଦେହରେ ବାଜିଥିଲା। ଫଳରୀେ ଘଟଣାସ୍ଥଳରେ ହିଁ ଅନିରୁଦ୍ଧ ଟିଳ ପଡିଥିଲେ । ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

ତେବେ ସେମାନଙ୍କର ପରିଚୟ ଜଣାପଡି ନାହିଁ ।  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ପୋଲିସ ମୁତୟନ କରାଯାଇଛି । ତେବେ ଏହି ଗୁଳିକାଣ୍ଡ ପଛରେ କେବଳ ଜମିଜମା ବିବାଦ ନା ରାଜନୈିତିକ ବିବାଦ ରହିଛି କିମ୍ବା ଆଉ କିଛି କାରଣ ରହିଛି ସେ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.