Latest Odisha News

ଅନ୍ୟ ପ୍ରଜାତି ତୁଳନାରେ ବେଶୀ ସଂକ୍ରାମକ ବିଏଫ.୭

ନୂଆଦିଲ୍ଲୀ: ଚୀନରେ ଅଣାୟତ୍ତ ହେଉଛି କରୋନା । କୋଭିଡ କଟକଣା ହଟିବା ପରେ ସ୍ଥିତି ସମ୍ପୂଣ୍ଣର୍ ବିଗିଡି ଯାଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି ।   ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ  । ଏପରି ସ୍ଥିତି କେବଳ  ଚୀନ ନୁହେଁ ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇି ।

ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ ହେଉଛି ଓମ୍ରିକନ୍ ବିଏଫ୍‌.୭। ଭାରତରେ ମଧ୍ୟ ଏହି ଓମିକ୍ରନ ଆକ୍ରାନ୍ତ ଅକ୍ଟୋବର ମାସରେ ହୋଇଛନ୍ତି ।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ,  ବିଏଫ୍‌.୭ ଯୋଗୁଁ କରୋନାର ସିଧାସଳଖ ପ୍ରଭାବ କମ୍। ତେବେ ସଂକ୍ରମଣମାତ୍ର ଅଧିକ । ମାତ୍ର ଏହା ଅନ୍ୟ ପ୍ରକାର ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ତକ୍ଷଶୀଳା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫିଜିସିଆନ୍‌ର ଗବେଷକ ହର୍ଷିତ କୁକ୍ରେଜା। କୁକ୍ରେଜାଙ୍କ କହିବା ଅନୁଯାୟୀ, ଚୀନ୍‌ରେ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ପରେ କରୋନା ମାନବ ଶରୀରରେ ମ୍ୟୁଟେଟ୍‌ କରିବାର ସୁଯୋଗ ପାଇବ। ଏହି ନୂଆ ପ୍ରଜାତି ଭାରତ ସମେତ ‌ବିଶ୍ବରେ ମଧ୍ୟ ଏକାଧିକ ନୂଆ ଲହର ଆଣିପାରେ।

ଗବେଷକଙ୍କ କହିବା ଅନୁଯାୟୀ, ବିଏଫ୍‌.୭ରେ ଆକ୍ରାନ୍ତ ବ୍ୟକ୍ତି ୧୦-୧୮ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବେ। ଓମିକ୍ରନ୍ ୫ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ବିଏଫ୍‌.୭ ଯଥେଷ୍ଟ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି।   ବିଏଫ୍‌.୭ ଭୂତାଣୁ ଶରୀରରେ ଥିବା ଆଣ୍ଟିବଡିକୁ ହ୍ରାସ କରିପାରୁଛି। ତେବେ ବ୍ୟାପକ ଟିକାକରଣ ଦ୍ବାରା ଏହାକୁ ପ୍ରତିହତ କରାଯାଇପାରିବ।

ଏହାକୁ ଦୃଷ୍ଟିରେ ରଖି ଘରୋଇ କ୍ଷେତ୍ରରେ ଏମ୍‌ଆରଏନ୍‌ଏ ଟିକାକୁ ପ୍ରୋତ୍ସାହିତ କରିବା ଜରୁରୀ।  ଏକାଧିକ ଟିକାର ଉପଯୁକ୍ତ ମିଶ୍ରଣ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବ।  ତେବେ ଏ କ୍ଷେତ୍ରରେ ନାଜାଲ ଟିକାକୁ ଯଥାଶୀଘ୍ର ଅନୁମୋଦନ ଦିଆଯିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । କାରଣ ଏହି ଟିକା ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରୁଛି ବୋଲି ପ୍ରାଥମିକ ଗବେଷଣାରୁ ଜଣାଯାଇଛି । ତେବେ ମାସ୍କ,ପିନ୍ଧିବା  ସାମାଜିକ ଦୂରତା ଓ ଇନଡୋର ଭେଣ୍ଟିଲେସନ୍‌କୁ ନେଇ ଅଧିକ ମାତ୍ରାରେ ସଚେତନତା ଉପରେ ଗୁରୁତ୍ବ ଦିଆଯିବା ଉଚିତ ।

Comments are closed.