Latest Odisha News

BREAKING NEWS

କବିତା : ଏମିତି ଜୀବନ

ଉମାକାନ୍ତ ଦାସ

ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ
ଫୁଟେ ପୁଣି କେତେ କଢି,
କେ ବାସ ଚହଟେ ନ ଦେଖି କିରଣ
ଗଛୁ ଯାଏ କିଏ ଝଡି।।

ଜନନୀ ଜଠରୁ ଆସିଥିଲା ଯେବେ
ଦେଇଥିଲା ରାଆ ରଡି,
ରାମ ନାମ ନେଇ ସମାଜ କଲ୍ଯାଣେ
ଉଠିବ ସେ ପୁଣି ଭିଡି ।।

ଶୈଶବୁ କିଶୋର ହେଲା ପରେ ତାକୁ
ଯୌବନ ବସିଲା ମାଡି,
ଧନ ଉପାର୍ଜନେ କାମିନୀ କାଞ୍ଚନେ
ଗଲା ଦିବାରାତ୍ର ପଡ଼ି ।।

ଭୟ ନ କରିଲା ଧରମ କରମ
କୁକର୍ମେ ରହିଲା ବୁଡି,
ମୋର ମୋର କହି ଲାଳାୟିତ ହୋଇ
ଜନ୍ମ କଥା ଗଲା ହୁଡି ।।

ଭୁଲି ରାମ ଶବ୍ଦ କଲା ଧରା ମରା
ଜୀବ ଜନ୍ତୁ ଖାଏ ମୋଡି,
ଠକେଇ ଭଣ୍ଡେଇ ନିଜେ ଧନୀ ହୋଇ
ପ୍ରଭାବିତେ ଗଲା ଯୋଡ଼ି ।।

ଆସିଲା ସେ ବେଳ ହେଲା ଚାରିକାଳ
ହୋଇଲେ ସେ ବୁଢ଼ା ବୁଢ଼ୀ,
ଅର୍ଜିତ ଧନକୁ ପୁଅ ବୋହୂ ଖାଇ
ଦେଲେ ଆଶ୍ରମରେ ଛାଡି ।।

ସେ କାଳରେ ଯେତେ ହରି ନାମ ନେଲେ
ପାପ ଧରିଥିବ ଭିଡି,
ତେଣୁ ହେ ସୁମନ ହେଜ ମୋ ବଚନ
ବେଳୁ ଧର ଧର୍ମ ଧଡି ।।

Leave A Reply

Your email address will not be published.