Latest Odisha News

BREAKING NEWS

ମହଙ୍ଗା ୨୨, ବର୍ଷ ଆରମ୍ଭରୁ କନ୍ଦାଇଥିଲା ଦରଦାମ

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ଲୋକଙ୍କୁ ଦରଦାମ ହନ୍ତସନ୍ତ କରିଥିବା ବେଳେ ବର୍ଷ ଶେଷକୁ ବି ସେହି ଧାରା ଲାଗି ରହିଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତୁ ନଜର ପକାଇ ନେବା ବାଣିଜ୍ୟ ଓ ଆର୍ଥିକ ଦୃଷ୍ଟିରୁ କେମିତି ଥିଲା ୨୦୨୨ ମସିହା ।

କରୋନାର କଳା ବାଦଲର ଆଶଙ୍କା ଭିତରେ ୨୦୨୨ ବର୍ଷରେ ବିଶ୍ୱ ନୂଆ ସ୍ୱପ୍ନ ଦେଖିଥିଲା । ଭୁଶୁଡ଼଼ି ଯାଇଥିବା ଅର୍ଥନୀତିକୁ ଟ୍ରାକ୍ ଆଣିବା ଲାଗି ସମସ୍ତେ ଚେଷ୍ଟା କରୁଥିଲେ । କିନ୍ତୁ ଋଷ-ୟୁକ୍ରେନ୍ ଯୁଦ୍ଧ ସମସ୍ତ ଆଶାକୁ ଫିକା କରି ଦେଇଥିଲା । ଦୁଇ ଦେଶର ଯୁଦ୍ଧ ସାରା ବିଶ୍ୱରେ ଏତେ ପ୍ରଭାବ ପକାଇଲା ଯେ ସବୁ ସାମଗ୍ରୀର ଦର ବଢ଼ିଗଲା । ଖାଦ୍ୟରୁ ଇନ୍ଧନ ଓ ଅର୍ଥନୀତି ଋଷ-ୟୁକ୍ରେନ୍ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିଲା ।

Mass Layoffs, Inflation: Financially How Was The Year 2022 ?

ଦରଦାମ ବୃଦ୍ଧି ସତ୍ତ୍ୱେ ଭାରତକୁ ଏକ ବଡ଼ ସଫଳତା ମିଳିଥିଲା । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ, ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଜିଡିପି ଆଧାରରେ ଭାରତ ପ୍ରଥମ ତ୍ରୈମାସିକରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ୍ କରି ପାରିଥିଲା ।

ଭାରତ ସିନା ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହେଲା କିନ୍ତୁ ଗୃହିଣୀଙ୍କ ମୁଣ୍ଡରେ ପଡ଼ିଥିବା ଚଡ଼କ ଖସାଇ ପାରି ନଥିଲା ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ହାଣ୍ଡିଶାଳକୁ ଝଟକା ଲାଗିଥିଲା । ସରକାରୀ ଗ୍ୟାସ୍ କମ୍ପାନୀଗୁଡ଼ିକ ନିୟମିତ ଘରୋଇ ଗ୍ୟାସ୍ ଦର ବଢ଼ାଇ ଚାଲିଥିଲେ । ଏବେ ଓଡ଼ିଶାରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହଜାରେ ୮୦ ଟଙ୍କା ରହିଛି ।

Mass Layoffs, Inflation: Financially How Was The Year 2022 ?

ଖାଲି ଗ୍ୟାସ୍ କାହିଁକି ବିଦେଶରେ ଅଶୌଧିତ ତୈଳଦର କମିଥିଲେ ମଧ୍ୟ ସରକାର ତୈଳ କମ୍ପାନୀଙ୍କ କ୍ଷତି ଦର୍ଶାଇ ପେଟ୍ରୋଲ୍ ଓ ଡିଜେଲ୍ ଦର କମାଇ ନଥିଲେ । ଏବେବି ରାଜ୍ୟରେ ପେଟ୍ରୋଲ୍ ଲିଟର ପିଛା ୧୦୩ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ୍ ୯୪ ଟଙ୍କା ଉପରେ ବିକ୍ରି ହେଉଛି । ସରକାର ଉତ୍ପାଦନ ଟିକସ କମାଇଥିଲେ ବି ତୈଳଦର ଚଢ଼ା ରହିଛି ।

ଦରଦାମ ବୃଦ୍ଧି ଭିତରେ ଅନେକ କମ୍ପାନୀ କର୍ମଚାରୀ ଛଟେଇ କରିଥିଲେ । ମେଟା ୧୧ ହଜାର କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଆମାଜନ ୧୦ ହଜାର, ଟ୍ୱିଟର ୩୫୦୦ କର୍ମଚାରୀଙ୍କୁ ବାହାର କରି ଦେଇଥିଲା । ଦେଶର ବିଭିନ୍ନ ଷ୍ଟାର୍ଟଅପ୍ ମଧ୍ୟ ୧୫ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରି ଦେଇଥିଲେ ।

Mass Layoffs, Inflation: Financially How Was The Year 2022 ?

ଦରଦାମ ବୃଦ୍ଧି, ଛଟେଇ ଭିତରେ ଆରବିଆଇ ବାରମ୍ବାର ରେପୋ ରେଟ୍ ବଢ଼ାଇଥିଲା । ଫଳରେ ଇଏମ୍ଆଇ ବା ମାସିକ କିସ୍ତି ଦେଉଥିବା ଗ୍ରାହକ ଚାପଗ୍ରସ୍ତ ହୋଇଥିଲେ । ଅନ୍ୟପଟେ ବୈଶ୍ୱିକ ବଜାରରେ ଡଲାର ତୁଳନାରେ ଦୁର୍ବଳ ହୋଇ ପଡ଼ିଥିଲା ଟଙ୍କା । ମୋଟାମୋଟି କହିବାକୁ ଗଲେ ଆର୍ଥିକ ଦୃଷ୍ଟିକୋଣରୁ ଭାରତକୁ ବର୍ଷ ୨୦୨୨ ମିଶ୍ର ଫଳ ଦେଇଥିଲା ।

Leave A Reply

Your email address will not be published.